ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କାଦୁଆ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଶିବ ମନ୍ଦିର ନିକଟସ୍ଥ ସ୍ମସାନ ନିକଟରେ ଥିବା ବଡ଼ ନଦୀ ର ମଶାଣି ଗଣ୍ଡରେ ଦେଖିବାକୁ ମିଳିଥିଲା ଏକ ଯୁବକ ଙ୍କ ଭସମାନ ମୃତଦେହ । ଘଟଣା ଅନୁଶାରେ ଭଞ୍ଜନଗର ଭେଜିପୁଟ ଅଞ୍ଚଳର ରାଜୀବ କୁମାର ପଣ୍ଡା(ବୟସ 35) କାଦୁଆ ଗ୍ରାମରେ ଥିବା ନିଜ ଭଉଣୀ ଓ ଭିଣେଇ ଙ୍କ ଘର ଭଡାକୁ ନେଇ ବ୍ୟବସାୟ କରୁଥିଲେ । ଦୀର୍ଘ 8 ମାସ ହେଲା ସେ ଏହି ଅଞ୍ଚଳ ବସବାସ କରୁଥିବା ବେଳେ ପୂର୍ବରୁ ନିଜ ଭିଣେଇ ଓ ଭଉଣୀ ଙ୍କ ଘରକୁ ଯିବା ଆସିବା କରୁଥିଲେ । ତେବେ ସବୁଦିନ ଭଳି ଆଜି ସକାଳ 6 ଟା ସମୟରେ ଶିବ ମନ୍ଦିର ନିକଟସ୍ଥ ମଶାଣି ଗଣ୍ଡ କୁ ଗାଧୋଇ ଯାଇଥିଲେ କିନ୍ତୁ ବହୁତ ସମୟ ଧରି ଫେରି ନଥିଲେ ।
ତେବେ ନଦୀ କୂଳରେ ନିଜର ପୋଷାକ ଓ ନିତ୍ୟବ୍ୟବହୃତ ଜିନିଷ ବହୁତ ସମୟ ଧରି ପଡ଼ି ରହିବାରୁ ସ୍ଥାନୀୟ ଲୋକ ରାଜୀବ ଙ୍କ ଭିଣେଇ ଘରେ ଖବର ଦେଇଥିଲେ । ତେବେ ଆଖପାଖ ଅଂଚଳରେ ଖୋଜା ଖୋଜି କରା ଯାଇଥିଲା। ଅନ୍ୟପକ୍ଷରେ ଦିନ 11ଟା ସମୟରେ ରାଜୀବ ଙ୍କ ଶବ ଉକ୍ତ ପାଣି ଗଣ୍ଡ ରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଏନେଇ ରାଜୀବ ଙ୍କ ପରିବାର ଓ ସ୍ଥାନୀୟ ଥାନା ରେ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଅନ୍ୟ ପକ୍ଷରେ ଜଗନ୍ନାଥପ୍ରସାଦ ଦ୍ଵାରା ଏକ ଅପମୃତ୍ୟୁ ମାମଲା ଯଥା 04/21 ପ୍ରକାରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଅସ୍ ଆଇ ସୁଶାନ୍ତ ପ୍ରଧାନ କହିଛନ୍ତି ।