
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଶିଶୁଣ୍ଡା ଗ୍ରାମ କାଜୁ ଜଙ୍ଗଲରେ ବର୍ବର ହତ୍ୟାକାଣ୍ଡ।ବୃଦ୍ଧ ଦମ୍ପତି ଙ୍କୁ କଟୁରିରେ ହାଣି ହତ୍ୟା।ହତ୍ୟାର କାରଣ ଅସ୍ପଷ୍ଟ।ମୃତକ ହେଲେ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଶିଶୁଳା ପ୍ରଧାନ।ସୂଚନା ମୁତାବକ ଦମ୍ପତି ଜଣକ କାଜୁ ଜଙ୍ଗଲରେ ଦୀର୍ଘବର୍ଷ ହେଲା ଏକାକୀ ରହି ପିଠଳ, କରବା, ମହୁ ସଂଗ୍ରହ କରି ସେଥିରେ ଗୁଜୁରାଣ ମେଣ୍ଟାଉଥିଲେ।ଏହା ସହ ଗାଁ ଗାଁ କୁ ବୁଲି ମହୁ ବିକ୍ରିକରିବା ସହ ଭିକ୍ଷାବୃତି କରି ଜୀବନ କଟାଉଥିଲେ।କିନ୍ତୁ କିଛି ଦିନ ତଳେ ତାଙ୍କ ପୁଅ ବୋହୂ ଆସି ବାପା ମା ଙ୍କୁ ଦେଖା କରି ଯାଇଥିଲେ।ଆଜି ଦୁହିଁଙ୍କ ମୃତ ଦେହ କୁଡ଼ିଆ ଘର ନିକଟରେ ପଡିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ସ୍ଥାନୀୟ ଗ୍ରାମର ଲୋକେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ହେଲେ କିଏ କେଉଁ କାରଣରୁ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କଲା ତାହା ବର୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।ଘଟଣା ସ୍ଥଳରେ ଭଞ୍ଜନଗର SDPO ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଓ ସଂଟିଫିକ ଟିମ ଆସି ତଦନ୍ତ ଜାରି ରଖିଛନ୍ତି।ସଂପୂର୍ଣ୍ଣ ତଦନ୍ତ ପରେ ମୃତୁର ରହସ୍ୟ କଣ ସୂଚନା ମିଳି ପାରିବ ବୋଲି ଗଣମାଧ୍ୟମ କୁ SDPO କହିଥିବା ବେଳେ ଏଭଳି ଘଟଣା ସ୍ଥାନୀୟ ଅଂଚଳ ରେ ଦୁଃଖର ବାତାବରଣ ଦେଖିବାକୁ ମିଳିଛି