ଦିଲ୍ଲୀରେ ଗତ ୨୪ ଘଂଟାରେ ୨୬,୧୬୯ କରୋନାର ନୂଆ ମାମଲା
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୨୬,୧୬୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩୦୬ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୧,୬୧୮ହୋଇ ଯାଇଛି । ବର୍ତମାନ ସୁ୍ଦ୍ଧା ଏଠାରେ ୧୩,୧୯୩ ଜଣଙ୍କର ମୃତ୍ୟୁ ଘଟିଛିା