
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବଦଲି ପଞ୍ଚାୟତ ସ୍ଥିତ ପୋଟେରୁ ଗ୍ରାମରେ ବଜ୍ରପାତରେ ଜଣେ ଯୁବକର ମୃତ୍ୟୁ ହୋଇଛି!ମୃତ ଯୁବକ ଜଣକ ହେଲେ ମନୋଜ ସାହୁ (୨ ୩ )!ସେ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ବାଦାମ ଜମି କୁ ଶୋଇବାକୁ ଯାଇଥିବାବେଳେ ରାତ୍ରରେ ବଜ୍ରପାତରେ ମନୋଜ ମୃତ୍ୟୁ ବରଣ କରିଥିଲା!ଆଜି ସକାଳୁ ତାଙ୍କ ଭାଇ ଜମିକୁ ଯାଇଥିବାବେଳେ ମନୋଜ ମରି ପଡ଼ିଥିବା ଦେଖି ପରିବାର ଓ ଗାଁ ଲୋକଙ୍କୁ ଜଣାଇଥିଲେ!ପୋଟେରୁ ଫାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଥିଲେ!ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି!