ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୬୧୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୮୪୭୯ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୫୧୩୮୬ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୩୫୦୭୫ରହିଛି । ଆଜି ଚିହ୍ନଟ ହୋଇଥିବା ୬୧୬୪ ଜଣଙ୍କ ମଧ୍ୟରୁ ୩୫୭୫ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୫୮୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୧୩୨ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୮ ଜଣ, ବରଗଡ଼ରୁ ୨୩୬ ଜଣ, ଭଦ୍ରକରୁ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୩୮, କଟକରୁ ୩୬୦ ଜଣ, ଦେବଗଡ ଜିଲ୍ଲାରୁ ୩୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭ ଜଣ, ଗଜପତି ଜିଲ୍ଲାରୁ ୫୫, ଗଞ୍ଜାମରୁ ୧୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୬୩ ଜଣ, ଯାଜପୁରରୁ ୧୫୪ ଜଣ, ଝାରସୁଗୁଡ଼ାରୁ ୩୫୫ ଜଣ, କଳାହାଣ୍ଡିରୁ ୪୫୨ ଜଣ, କନ୍ଧମାଳ ଜିଲ୍ଲାରୁ ୨୩ ଜଣ. କେନ୍ଦ୍ରାପଡ଼ାରୁ ୪୮ ଜଣ, କେନ୍ଦୁଝରରୁ ୨୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୧୩୨ ଜଣ, କୋରାପୁଟରୁ ୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୩୬ ଜଣ, ନବରଙ୍ଗପୁରରୁ ୨୦୭ ଜଣ, ନୟାଗଡ଼ରୁ ୯୯ ଜଣ, ନୂଆପଡ଼ାରୁ ୪୫୯ ଜଣ, ପୁରୀରୁ ୨୮୬ ଜଣ, ରାୟଗଡ଼ାରୁ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୨୨୯ ଜଣ, ସୋନପୁରରୁ ୯୯ ଜଣ, ସୁନ୍ଦରଗଡ଼ରୁ ୪୨୭ ଜଣ ଓ ଷ୍ଟେଟ୍ ପୁଲରୁ ୨୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।