
ବେଲଗୁଣ୍ଠା-ନ୍ଯୂଜ଼ ଏକ୍ସଟ୍ରା -କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖିଲେ ଓଡ଼ିଶା ଏବେ ଲକ୍ ଡାଉନ୍ ର ଦ୍ୱାରଦେଶର କହିଲେ ଅତ୍ୟୁକ୍ତି ହେବ ନାହିଁ ।ଲକ୍ ଡାଉନ୍ ହେଲେ ସାଧାରଣ ବ୍ୟକ୍ତି ବିଶେଷ ଙ୍କୁ ବିଶେଷ ଭାବରେ ପ୍ରଭାବିତ ହେବା ଆଶଙ୍କା ଥିବା ବେଳେ ବିଭିନ୍ନ ପ୍ରକାର ଅସାଧୁ ବ୍ୟବସାୟୀଙ୍କ ପାଇଁ ପୁଷମାସ ପାଲଟୁଛି ।ଯାହା କି ୨୦୨୦ ଲକ୍ ଡାଉନ୍ ରେ ଦେଖିବା ପାଇଁ ମିଳିଥିଲା ।ବିଶେଷ କରି ଚୋରା ଓ ନକଲି ମଦ ବ୍ୟବସାୟୀ ମାନେ ଚଢ଼ା ଦରରେ ଚୋରା ମଦ ବ୍ୟବସାୟ କରି ଲୋକଙ୍କୁ ଲୁଟିବାରେ ସଫଳ ହୋଇଥାନ୍ତି ।ଆଜି ଏହିପରି ଏକ ନକଲି ମଦ କାରଖାନାରେ ବେଲଗୁଣ୍ଠା ପୋଲିସ ସଫଳତା ହାସଲ କରିଛି ।ପୋଲିସ ସୁତ୍ରରୁ ମିଳିଥିବା ସୁଚନା ପ୍ରକାରେ,ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଜିନ୍ଦ୍ରା ଗ୍ରାମର ବ୍ରାହ୍ମଣ ଦେବୀ ବଞ୍ଜର ଠାରେ ନକଲି ମଦ ତିଆରି ହେଉଥିବା ନେଇ ବେଲଗୁଣ୍ଠା ଥାନା ସେକଣ୍ଡ ଅଫିସର ପ୍ରକାଶ କୁମାର ସାହୁ କୌଣସି ସୁତ୍ରରୁ ଖବର ପାଇଥିଲେ ।ଆଜି ସକାଳ ୯ ଟା ବେଳେ ଶ୍ରୀ ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ସେଠାରୁ ବିପୁଳ ପରିମାଣରେ ନକଲି ମଦ ତିଆରି କଞ୍ଚାମାଲ,ନଗଦ ଟଙ୍କା,ବାଇକ୍ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।ଗିରଫ ବ୍ୟକ୍ତି ମାନେ ହେଲେ ବୁଗୁଡା ଥାନା ମୋଟାବାଡି ଗ୍ରାମର ଚନ୍ଦ୍ରମଣି ପ୍ରଧାନ,ତାର୍ ସିଂ ଥାନା ବଦାଙ୍ଗୀ ଗ୍ରାମର ପ୍ରଦୀପ ସାହୁ,ପୋଲସରା ଓଡ଼ିଆ ସାହିର ମଣ୍ଟୁ ଓରଫ ଶ୍ରୀକାନ୍ତ ନାହାକ,ରାଜେନ୍ଦ୍ର ନାହାକ ଓ ଆକାଶ ପ୍ରଧାନ ଏବଂ ଆଉ ଦୁଇଜଣ ଫେରାର୍ ଥିବା ଜଣାପଡିଛି ।ସେମାନଙ୍କ ନିକଟରୁ ହୋମିଓପ୍ୟାଥିକ ମେଡିସିନ୍ ଆର୍ଣିକା ମଣ୍ଟାନା ୨୦୦ର ୧୮୦ ବୋତଲ୍ ଭର୍ତ୍ତି ଓ ୬ ବୋତଲ ଖାଲି,ଏମ୍.ସି ନଂ ୧ ର ୧୮୦ଏମ୍.ଏଲ୍ ୩୯ଟି ଭର୍ତ୍ତି ବୋତଲ ଓ ୭ଟି ଖାଲି ବୋତଲ,୭୦୦ ପିସ୍ ଜରି ପ୍ୟାକେଟ୍,ଗୋଟିଏ ୨୦ ଲିଟର ଜାର୍,ବୋତଲ୍ କେପ୍ ୧୦୦୦,ସିଲ୍ କେପ୍ ୧୦୦୦ ଓ ଲେବଲ୍ ୧୦୦୦ ସହିତ ଏକ କଳାରଙ୍ଗର ମାରୁତୀ ସୁଇଫ୍ଟଡିଜାଇର୍ କାର୍ (ଓଡି07AA6649),ଏକ ଟିଭିଏସ୍ ଆପାଚୀ ମୋଟର ସାଇକେଲ ଓଡି ୩୨ ୯୩୫୨,ଏକ ଟିଭିଏସ୍ ଏକ୍ସେଲ୍ ସୁପର ଓଡି ୩୨ ସି ୩୪୪୫ ,୧୨୦୭୦ ଟଙ୍କା ଓ ୫ ଟି ମୋବାଇଲ ଜବତ କରିଥିବା ନେଇ ପୋଲିସ ସୁଚନା ଦେଇଛି ।ବେଲଗୁଣ୍ଠା ଥାନା କେସ୍ ନମ୍ବର ୭୮ରେ ଏକ ମାମଲା ରୁଜ୍ଜୁ କରିବା ସହ ଆଇପିସି ୨୭୨/୨୭୩/୩୪ ଓ ଅବକାରୀ ୫୨(a) ଧାରା ଅନୁଯାୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ବେଲଗୁଣ୍ଠା ଥାନାର ସେକଣ୍ଡ ଅଫିସର ପ୍ରକାଶ କୁମାର ସାହୁ ଜଣାଇଛନ୍ତି । କରୋନା ପରି ଜରୁରୀ କାଳୀନ ସମୟରେ ବେଲଗୁଣ୍ଠା ପୋଲିସ ଚୋରା ନକଲି ମଦ କାରବାର ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ପ୍ରକାଶ କରିବା ସହ କୌଣସି ପରିସ୍ଥିତିରେ ଏହା ବରଦାସ୍ତ କରାଯିବନାହିଁ ବୋଲି ସେ ଜଣାଇଛନ୍ତି ।ଏହି ଘଟଣା ପରେ ଯଦି ଲକ୍ ଡାଉନ୍ ହୁଏ ତେବେ ବେଲଗୁଣ୍ଠା ଅଞ୍ଚଳରେ ଚୋରା ଓ ନକଲି କାରବାର ବୃଦ୍ଧି ପାଇବା ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO