କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଅତିରିକ୍ତ ତଥା ସ୍ୱତନ୍ତ୍ର ବିଚାରପତି ଲୋକନାଥ ସାହୁ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଘଟଣାର ମୁଖ୍ୟ ଅପରାଧି ତଥା ସାବାଳକ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ସହ ଏଥିରେ ସଂପୃକ୍ତ ନାବାଳକକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହି ମାମଲାର ବିଚାର କରି ଅପରାଧୀକୁ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏବଂ ଜୋରିମାନା ଅନାଦେୟ ଅଭିଯୁକ୍ତ ଆହୁରି ୧ ବର୍ଷ ଆଜୀବନ କାରାଦାଣ୍ଡ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି । ଏବଂ ୩୬୩ ଦଫାରେ ୩ ବର୍ଷ ଜେଲଦଣ୍ଡା ଦେଶ ଓ ୧ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ୀ ଜୋରିମାନା ଅନାଦେୟ ଏକମାଜେଲ ଦଣ୍ଡ ଆ ଦେଶ ଦିଆଯାଇଛି । ଜିଳ୍ଲା ଆଇନ ସେବା ପ୍ରାଧିକରଣ ଏହି ଘଟଣାରେ ପିଡୀତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦେବ ବୋଲି ରାୟରେ ଉଲ୍ଲେଖ ରହିଛି । ମାମଲାରୁ ବିବରଣୀରୁ ଜଣାପଡିଛି କି,୨୦୧୯ ମସିହ ଅକ୍ଟୋବର ୧୨ତାରିଖ ରେ ଘଷିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁର ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେଉଥିବା ବେଳେ ପିଡୀତାଙ୍କ ବାପା ଖେଳପଡିଆ ନିକଟରେ ଏକ ଅସ୍ଥାୟୀ ଜଳଖିଆ ଦେକାନ କରିଥିଲେ । ଦୋକାନରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଝିଅ ଜିନିଷ ନେବା ଆଣିବା କରୁଥିବାବେଳେ ସଂଧ୍ୟା ୭ଟା ସମୟରେ ଖେଳ ସରିବା ପରେ ଦୋକାନର ଜିନିଷ ଘରେ ରଖି ପୁଣି ଦୋକାନ ନିକଟକୁ ଆସୁଥିବାବେଳେ ଏହି ଗ୍ରାମର ଈଶ୍ୱର ଲୋହାର(୨୧) ଓ ଅନ୍ୟ ଜଣେ ନାବାଳକ ଏହି ନାବାଳିକାକୁ ଜୋରଜବରଦସ୍ତ ଟେକି ନେଇ ନିକଟସ୍ଥ ହୁଡି ଉପରେ ଦୁଷ୍କର୍ମ କରିଥିଲେ । ଏହା ପରେ ଘଟଣାର ପରଦିନ ଅର୍ଥାତ ୨୦୧୯ମସିହା ଅକ୍ଟୋବର ୨୦ତାରିଖ ଦିନ ପିଡୀତାଙ୍କ ପରିବାର ତରଫରୁ ଘଷିପୁରା ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତକାରୀ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ ଏହି ଘଟଣା ତଦନ୍ତ କରି ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୬୩, ୩୭୬ (ଘ)(ଖ), ୩୪, ୬ ପକ୍ସୋ ଆଇନ ରେ ଥାନା କେଶ ନମ୍ବର ୧୯୨ ତା ୨୦.୧୦.୨୦୧୯ରେ ମାମଲା ରୁଜୁ କରିଥିଲେ । ସିଆଇସିଏଲ ବା ‘ଚାଇଲ୍ଡ ଇନ କନଫିଲ୍ଟ ଉଇଥ ଲ’ ରେ ଏହି ମାମଲା ଆସିଥିବାରୁ ଅନ୍ୟ ଅଭିଯୁକ୍ତର ମାମଲାକୁ ପୃଥକ କରାଯାଇଥିଲା । ୨୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏଡିଜେ ତଥା ସ୍ପେଶାଲ ଜଜ୍ ଶ୍ରୀ ଲୋକନାଥ ସାହୁ ଏହି ମାମଲାରେ ଈଶ୍ୱର ଲୋହାରକୁ ଆଜୀବନ ଶଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜୋରିମାନା କରିଥିଲେ । ଏବଂ ଜୋରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହିତ ନାବାଳିକାକୁ ଅନୁକମ୍ପାମୂଳକ ସହାୟତା ରାଶିଭାବରେ ଜିଳ୍ଲା ଆଇନ ସେବା ପ୍ରାଧିକରଣ ୫ଲକ୍ଷ ଟଙ୍କା ଦେବା ପାଇଁ ରାୟ ଦେଇଛନ୍ତି । ଏବଂ ନାବାଲିକା ଅପରାଧୀ କୁ ୨୦ ବର୍ଷ ଶଶ୍ରମ କାରଦାଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଏବଂ ଜୋରିମାନା ଅର୍ଥ ଅନାଦେୟ ଏକ ବର୍ଷ ଜେଲଦଣ୍ଡା ଦେଶ ଶଣାଇଛନ୍ତି । ଏବଂ ୩୬୩ ଦଫାନୁଶାରେ ନାବାଳକକୁ ୩ ବର୍ଷ ଜେଲଦଣ୍ଡ ଓ ୧ ହାଜାର ଟଙ୍କା ଜୋରିମାନା ଆଦେଶ ହୋଇଛି । ଜୋରିମାନା ଅନାଦେୟ ୧ମାସ ଜେଲ ଦଣ୍ଡାଦେଶ ଆଦେଶ ଦେଇଛନ୍ତି ବିଚାରପତି ।