ଉତରାଖଂଡରେ ଗତ ୨୪ ଘଂଟାରେ ୨,୧୬୦ କରୋନାର ନୂଆ ମାମଲା
ଦେହରାଦୁନ , ଉତରାଖଂଡରେ ଗତ ୨୪ ଘଂଟାରେ ୨,୧୬୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୨୬,୧୯୩ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୧,୮୯୨ ଜଣ ମୃତ୍ୟୁବରଣ କରିଛନ୍ତି ।
ଛତିଶଗଡରେ ଗତ ୨୪ ଘଂଟାରେ ୧୩,୮୩୪ କରୋନାର ନୂଆ ମାମଲା, ୧୬୫ ମୃତ
ଋାୟପୁର , ଛତିଶଗଡରେ ଗତ ୨୪ ଘଂଟାରେ ୧୩,୮୩୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୬୫ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୨୯,୦୦୦ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୬,୦୮୩ ଜଣଙ୍କର ମୃତ୍ୟୁ ଘଟିଛି ।