
ଜଗନ୍ନାଥ ପ୍ରସାଦ (ଇମିସ)ଆଜି ଦିନ ଚାରିଟା ବେଳେ ବଜ୍ରାଘାତ ଘଟି ଗଣ୍ଡାଧର ଗ୍ରାମର ଭୃଗୁ ପାତ୍ର (40)ଙ୍କର ମୃତ୍ୟୁ ଘଟିଛି l ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ପ୍ରକାଶଯେ ଗଣ୍ଡାଧର ଗ୍ରାମ ରୋଡ଼ସାହିରଭୃଗୁ ପାତ୍ର ଗୋଛାବାଡ଼ି ଛକରେ ନିଜ ପରିବା ଦୋକାନରେ ବସିଥିବା ବେଳେ ଦିନ ପ୍ରାୟ ଚାରି ଟା ବେଳେ ହଠାତ ବର୍ଷା ଆସିବା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା ପ୍ରବଳ ବଜ୍ରଘାତ କାରଣରୁ ଦୋକାନ ବାହାରେ ବସିଥିବା ଭୃଗୁ ସେଠାରେ ଟଳି ପଡିଲେ l ଏହା ଦେଖି ପାଖ ପଡୋଶୀ ମାନେ ତାଙ୍କ ଘରକୁ ଖବର ଦେବାରୁ ପରିବାର ଲୋକେ ପହଁଚି ତାଙ୍କୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଲୋ ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଙ୍କ ପରାମର୍ସ ପ୍ରକାରେ ଭଞ୍ଜନଗର ମେଡିକାଲକୁ ନେଇଯାଇଥିଲେ l ସେଠାରେ ଭୁଗୁ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କଟିଥିଲେ l ଫଳରେ ଡାକ୍ତର ଭଞ୍ଜନଗର ପୋଲିସ ଥାନାକୁ ଜଣାଇବା ପରେ ସେମାନେ ଜଗନ୍ନାଥ ପ୍ରସାଦ ଥାନାରେ ଖବର ଫଞ୍ଚାଇ ଥିଲେl ପୋଲିସ ମେଡିକାଲରେ ପହଁଚି ଅପମୃତ ମାମଲା ରୁଜୁ ସହ ଶବ ଜବତ କରିବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l କିନ୍ତୁ ରାତି ହୋଇଯାଇଥିବା କାରଣରୁ ଆସନ୍ତା କାଲି ଶବ ବ୍ୟବଛେଦ ପରେ ମୃତ୍ୟୁ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଦିଲୀପ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO