ବହୁ ପ୍ରାଚୀନ କାଳରୁ ପୁରୀରେ ସାହିଯାତ ଅନୁଷ୍ଠିତ ହୋଇଆସୁଥିବାବେଳେ କରୋନା କଟକଣା ଯୋଗୁଁ ଏହାକୁ ନିଡାମ୍ବର ରେ ଚଳିତ ବର୍ଷ ପାଳନ କରାଯିବ |ପୁରୀଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତା ରେ ନିଯୋଗ ର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ସମସ୍ତଙ୍କ ସହମତି ପରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସାହିଯାତ ସର୍ବନିମ୍ନ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହେବ |କୌଣସି ସାହିରେ ଏହି ସାହିଯାତ ଅନୁଷ୍ଠିତ ହେବନାହିଁ |ନିଷ୍ପତ୍ତି ଅନୁସାରେ ସାହିଯାତ ଜଗନ୍ନାଥ ବଲ୍ଲଭରେ ଅନୁଷ୍ଠିତ ହେବ |ସର୍ବନିମ୍ନ ୨୫ ଜଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଅନୁମତି ପ୍ରଦାନ କରାଯିବ |ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପାସ ପ୍ରଦାନ କରାଯିବ |
Related Stories
November 24, 2024
November 24, 2024