-
ଯାଞ୍ଚ କରି ରିପୋର୍ଟ ଦେବାପାଇଁ ମୁଖ୍ୟ ପ୍ରଶାସକ ଙ୍କ ନିର୍ଦେଶ,
ଆଜି ମାଧ୍ୟାନ୍ନ ସମୟରେ ଦ୍ବିପହର ଧୂପ ଶେଷ ହେବା ପରେ ଦୁଇ ଜଣ ଜେ ଟି ପି(ଶ୍ରୀମନ୍ଦିର ପୋଲିସ ) ନିଜ ନିଜ ମଧ୍ୟରେ ମାଡ଼ପିଟ ହେବା ଦ୍ୱାରା ସେମାନଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡ ଫାଟି ଯାଇଥିଲା |ତତକ୍ଷଣାତ ଆହତ ଶ୍ରୀମନ୍ଦିର ପୋଲିସ ଙ୍କୁ ପୁରୀଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା କରାଯାଇ ଫାଟି ଯାଇଥିବା କ୍ଷତ ସ୍ଥାନଟିକୁ ଶିଳାଇ କରାଯାଇଥିଲା |ସୂଚନା ଯୋଗ୍ୟ ଶ୍ରୀମନ୍ଦିର ପୋଲିସ ମନୋଜ ପାଣିଗ୍ରାହୀ ଏବଂ ଶ୍ରୀମନ୍ଦିର ପୋଲିସ ଗଙ୍ଗା ପ୍ରଧାନ ନିଜ ନିଜ ମଧ୍ୟରେ ମାଡ଼ପିଟ ଲାଗିଥିଲେ |ମନୋଜ ପାଣିଗ୍ରାହୀ ଙ୍କର ମୁଣ୍ଡ ଫାଟିଯିବାରୁ ତାଙ୍କର ଚିକିତ୍ସା କରାଯାଇଥିଲା |ଏ ସମ୍ପର୍କରେ ଶ୍ରୀମନ୍ଦିର ର ମୁଖ୍ୟ ପ୍ରଶାସକ ଡ଼ କିଶନ କୁମାର ଅବଗତ ହେବା ସହିତ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ |ସେହିଭଳି ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ |ଏହି ଘଟଣା ପରେ ମୁଖ୍ୟ ପ୍ରଶାସକ ଡ଼ କିଶନ କୁମାର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କୁ ନିର୍ଦେଶ ଦେଇଛନ୍ତି ଆସନ୍ତା କାଲି ଏ ସମ୍ପର୍କରେ ସବିଶେଷ ତଥ୍ୟ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବା ପାଇଁ |ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣା ପଡିଛି |ତେବେ ଆଜି ରକ୍ତ ପଡିବା ଘଟଣା ପରେ ପରେ ଶ୍ରୀମନ୍ଦିର ରେ ଶ୍ରୀଜିଉ ଙ୍କର ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା |ଏହା ଦ୍ୱାରା ନୀତିରେ ସାମାନ୍ୟ ବିଳମ୍ବ ଘଟିଥିଲା |ଏହି ଘଟଣାରେ ଶ୍ରୀମନ୍ଦିର ସେବାୟତ ଙ୍କ ମହଲରେ ଅଶନ୍ତୋଷ ଦେଖା ଦେଇଥିବା ବେଳେ ବାହାରେ ଭକ୍ତ ମାନଙ୍କ ମଧ୍ୟରେ ଅଶନ୍ତୋଷ ଦେଖା ଦେଇଥିଲା |