
ଜଗନ୍ନାଥ ପ୍ରସାଦ -:ଜଗନ୍ନାଥ ପ୍ରସାଦ ବ୍ଲକରେ ଆଜି ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ, ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜଗନ୍ନାଥ ପ୍ରସାଦ ବ୍ଲକ ଗ୍ରସ୍ଥରେ ଆସି ବିଭିନ୍ନ ଜନହିତକର ପ୍ରକଳ୍ପର ଗୁଡିକର ଶୁଭ ଉଦଘାଟନ କରିବା ସହ କରୋନା ସଚେତନାର ବାର୍ତ୍ତା ବାଣ୍ଟି ଥିଲେ l ପୂର୍ବ ନିର୍ଧାରିତ କାର୍ଯ୍ୟ ଶୁଚି ଅନୁଯାଇ ପ୍ରଥମେ ଅଢେଇ ଗାଁ ପଞ୍ଚାୟତତର ଲୁଣିଝୋଲା ଠାରେ ସାତ ଲକ୍ଷ ଟଙ୍କାରେ ନିର୍ମିତ ଆମ ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭ ଉଦଘାଟନ କରି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ବରଗାଁ ଗ୍ରାମ ପଞ୍ଚାୟତ କାର୍ଯାଳୟ ଉପରେ ଦଶ ଲକ୍ଷଟଙ୍କାରେ ନିର୍ମିତ ପଞ୍ଚାୟତ ସଭା ଗୃହର ଉଦଘାଟନ କରିଥିଲେ l ସେଠାରୁ ବରଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ 35ଲକ୍ଷ ଟଙ୍କାରେ ନିର୍ମିତ ହୋଇଥବା ଚକ୍ରଧର କଲ୍ୟାଣ ମଣ୍ଡପ ର ଶୁଭ ଉଦଘାଟନ ମନ୍ତ୍ରୀ କରିବା ସହ ଆୟୋଜିତ କୋଭିଡ ସଚେତନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସେଠାରୁ କାର୍ଯ୍ୟକ୍ରମ ସାରି ଝାଡ଼ ଭୂମି ଠାରେ ଚାରି ଲକ୍ଷ ଟଙ୍କାରେ ନିର୍ମିତ ବିଜୁ ଯୁବ ବିକାଶ କେନ୍ଦ୍ର ଉଦଘାଟନ ପୂର୍ବକ ଶେଷରେ ବିଡ଼ିପୁର ପଞ୍ଚାୟତ ଠାରେ 35ଲକ୍ଷ ଟଙ୍କାରେ ଏକ ସୌନ୍ଧର୍ଯ୍ୟ ପୂର୍ଣ୍ଣ ବିଜୁ କଲ୍ୟାଣ ମଣ୍ଡପରକୁ ଉଦଘାଟନ କରିଜନସାଧାରଣ ଙ୍କ ଉର୍ଦ୍ଧେଶ୍ୟରେ ଉତ୍ସର୍ଗ କରିଥିଲେ ଆୟୋଜିତ ସଭାରେ ଅଭି ଭାଷଣ ପ୍ରଦାନ କରି ରାଜ୍ୟ ସରକାରଙ୍କ ଜନ ମଙ୍ଗଳ କାର୍ଯ୍ୟବିଷୟରେ ତଥ୍ୟ ପ୍ରଦାନ କରିବା ସହ କରୋନା ମହାମାରୀ ଉପରେ ସଚେତନତା କରାଇ ବା ସହିତ ଜନସାଧାରଣ ଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ମାସ୍କଓ ସାନିତାଇଜର ବଣ୍ଟନ କରି କାର୍ଯ୍ୟକ୍ରମ ଶେଷ କରିଥିଲେ l
ଆଜିର ଏହି କାର୍ଯ୍ୟ କ୍ରମରେ କନ୍ଧମାଳ ସାଂସଦ , ବ୍ଲକ ଅଧକ୍ଷା ଗୀତା ଞ୍ଜଳି ବେହେରା, ବ୍ଲକ ଉପାଧ୍ୟାକ୍ଷ ହିମାଂଶୁ ଶେଖର ବାରିକ, ବିଡ଼ିଓ ଅନୁପ ପଣ୍ଡା, ବ୍ଲକ ସହକାରୀ ଯନ୍ତ୍ରୀ ଶ୍ୟାମ ଘନ ପ୍ରଧାନ, ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନ, ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ, ରଶ୍ମିତା ମାଝୀ,ବସନ୍ତ କୁମାର ପ୍ରଧାନ, ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର ସ୍ୱାଇଁ, ବରୁଣ ବେହେରା, ଉପସ୍ଥିତ ଥିବା ବେଳେ ବରିଷ୍ଠ ସମାଜ ସେବୀ ସୁଲପାଣି ଶତପଥି ମଞ୍ଚ ପରିଚଳନା କରିଥିଲେ l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO