
ବେଲଗୁଣ୍ଠା, ପ୍ରଥମ କରୋନା ମୁକ୍ତ ବ୍ଳକ୍ ଭାବେ ଗଞ୍ଜାମ ଜିଲ୍ଲାରେ ଘୋଷିତ ହୋଇଥିବା ବେଲଗୁଣ୍ଠା ବ୍ଳକ୍ କୁ ପୁଣି ଥରେ ଫେରିଛି କରୋନା I ଶନିବାର ବେଲଗୁଣ୍ଠା ସହରର ବିଭିନ୍ନ ସାହିରେ ଚାରି ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବେଲଗୁଣ୍ଠା ସହର ବାସୀଙ୍କ ମନରେ ଛନକା ପଶି ଯାଇଛି I ଏହାକୁ ଦୃଷ୍ଟିରେ ରଖି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଲୋକେ ଅଯଥା ଭୟଭୀତ ନହୋଇ ସରକାରଙ୍କ ଘୋଷିତ ନାଇଟ୍ କର୍ଫ୍ୟୁକୁ ମାନିବା ସହିତ ସତର୍କତା ଅବଲମ୍ବନ କରିବା ପାଇଁ ସହର ବାସୀଙ୍କୁ ସଚେତନ କରାଯାଇଛି I ଗତ କାଲି ଠାରୁ ସହରରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ପୋଲିସ୍ ବାହିନୀ ଏବଂ ଏନ୍ଏସି କର୍ତୃପକ୍ଷଙ୍କ ଦ୍ୱାରା ଏହାର ତଦାରଖ କରାଯାଉଛି I ନାଇଟ୍ କର୍ଫ୍ୟୁ ସମୟରେ ସହର ଭିତରେ ଚଳ ପ୍ରଚଳ କରୁଥିବା ଲୋକଙ୍କ ଉପରେ ପୋଲିସ୍ ତୀକ୍ଷ୍ଣ ନଜର ରଖିବା ସହ ବିନା କାରଣରେ ବାହାରେ ବୁଲୁଥିବା ଲୋକଙ୍କୁ ତାଗିଦ୍ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି I
ଏହି ସମୟରେ ସହରରେ କେବଳ ଔଷଧ ଦୋକାନ ଏବଂ ପେଟ୍ରୋଲ୍ ପମ୍ପ ଖୋଲା ରହିବା ପାଇଁ ଏନ୍ଏସି ପକ୍ଷରୁ ନିର୍ଦ୍ଦେଶ ରହିଥିବା ବେଳେ ସହରବାସୀ ମଧ୍ଯ ଏହାକୁ ପୂର୍ଣ୍ଣ ସମର୍ଥନ କରୁଥିବା କାର୍ଯ୍ୟନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ପ୍ରକାଶ କରିଛନ୍ତି I ନାଇଟ୍ କର୍ଫ୍ୟୁ ସହିତ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଏବଂ ସ୍ଵଚ୍ଛତା ପାଇଁ ମଧ୍ଯ ଜନ ସାଧାରଣଙ୍କୁ ସଚେତନ କରାଯାଇଛି I ଏହି ସଚେତନତା କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର, ତହସିଲଦାର ସରୋଜ କୁମାର ବେହେରା, ଅତିରିକ୍ତ ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ଧରଣୀଧର୍ ବେହେରା,ଏନ୍ଏସି କର୍ମଚାରୀ ବାବୁଲା ଗୌଡ଼, ସୁଶାନ୍ତ ମିଶ୍ର, ରବିନ୍ଦ୍ର ତ୍ରିପାଠି, ସରୋଜ କୁମାର ପଣ୍ଡା ଏବଂ ଏଏସ୍ଆଇ କୃଷ୍ଣ ଚନ୍ଦ୍ର ସେଠୀ ସଦଳବଳେ ଯୋଗ ଦେଇ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO