କୋରେଇ – ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସରେ ବୁଧବାର କୋରାଇ ବିଜେଡି ସୌଜନରେ ରଗଡ଼ି ସ୍ଥିତ ଯାଜପୁର ସରକାରୀ ପଲିଟେକ୍ନିକ୍ ପରିସରରେ ଜୀବନ ବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁÂିତ ହୋଇଛି । କୋରାଇ ବ୍ଲକ ବିଜେଡ଼ି ସଭାପତି ଭକ୍ତବତ୍ସଳ ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ଅମୂଲ୍ୟ ବାଳା ପାତ୍ର ମୁଖ୍ୟ ମନ୍ତ୍ରୀ ଙ୍କ ଜନ୍ମ ଦିନ ଅବସରରେ କେକ୍ କାଟି ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଆନୁÂାନିକ ଭାବେ ଉଦଘାଟନ କରିଥିଲେ । ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୋଟ ୧୧୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । କୋରାଇ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡ଼ି ସଭ୍ୟ ସଂଗ୍ରହ ଅଭିଯାନର ଆବାହକ ଭିକାରୀ ବରାଳ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁବାସ ଧଳ, ଅଥୟ କୁମାର ମହାନ୍ତି, ଜିଲ୍ଲାପରିଷଦସଭ୍ୟ ଧରଣୀଧର ଘଡାଇ, ଯାଜପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି ପ୍ରତାପ ମହାନ୍ତି, କୋରାଇ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଆଇନଜୀବୀ ଧନେଶ୍ୱର ବାରିକ, ବ୍ଲକ ଉପାଧ୍ୟକ୍ଷ ଅନିଲ ମହାପାତ୍ର, କୋରାଇ ଯୁବ ବିଜେଡ଼ି ଉପ ସଭାପତି ସନ୍ତୋଷ କୁମାର ସ୍ୱାଇଁ, ଯୁବ ନେତା ଗୌରୀଶଙ୍କର ମହାପାତ୍ର ବିଜେଡ଼ି ନେତା ସୁରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ସରପଂଚ ରାମଚନ୍ଦ୍ର ଭଞ୍ଜ, ଯୁବ ନେତା ତାରକେଶ୍ୱର ମହାନ୍ତି, ବ୍ଲକ ବିଜୁ କୃଷକ ଆବାହକ ବଳରାମ ସାହୁ, ସ୍ୱେଚ୍ଛାସେବୀ ଟିକିନା ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ରାଉତରାୟ,ବସନ୍ତ ମହାକୁଡ଼ ,ସୁକର୍ଣ୍ଣ ରାଉତ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଅନ୍ଧାରୀ ସମିତି ସଭ୍ୟ କୁଳମଣି ଦାସ, ସନ୍ତୋଷ ସ୍ୱାଇଁ ,ଆଲୋକ ରାଉତରାୟ,ଚନ୍ଦ୍ରକାନ୍ତ ଭୂୟାଁ ,ଦିଲ୍ଲୀପ୍ ସ୍ୱାଇଁ ପ୍ରମୁଖ ପରିଚଳନାରେ ସହଯୋଗ କରିଥିଲେ । ପଲିନେକ୍ନିକ୍ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୃଷ୍ଟି, ଅଧ୍ୟାପକ ପ୍ରଦୀପ କୁମାର ଧଳ ସାମନ୍ତ ,ଅଧ୍ୟାପକ /ଅଧ୍ୟାପିକା କର୍ମଚାରୀଓ ଛାତ୍ର ଛାତ୍ରୀ ରକ୍ତ ଦାନ ଶିବିରକୁ ସଫଳ କରିଥିଲେ । ଯାଜପୁର ରୋଡ଼ କ୍ଷେତ୍ରିୟ ହସ୍ପିଟାଲ ର ଡ଼ାକ୍ତର ସନ୍ତୋଷ କୁମାର ପୃଷ୍ଟ ଉପସ୍ଥିତ ଥିଲେ । ଯାଜପୁର ରୋଡ଼ ରେଡ଼କ୍ରସ କର୍ମଚାରୀ ସମ୍ବିତ ମଲ୍ଲିକ , ନିରଞ୍ଜନ ଜେନା. ସବ୍ୟସାଚୀ ଜେନା ଓ ସୁସ୍ମିତା ଦେ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।
Related Stories
January 19, 2025
January 19, 2025