
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ-: ଆଜି ଚୈତ୍ରମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ରେ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଘ୍ନ ବିନାଶକ ଶିବପୁତ୍ର ଶ୍ରୀ ଗଣେଶ ଙ୍କର ନୂତନ ବିଗ୍ରହ ତଥା ସିଂହାସନ ଆରୋହଣ ପ୍ରତିଷ୍ଠାଉଛବ ପାଳନ ହୋଇଥିଲା ଏହି ଯଜ୍ଞ ଆହୁତି ଉଛବରେ ରାଜନୀତି ବିଜ୍ଞାନ ମୁଖ୍ୟ ଡ. ଜୟଦେବ ଗୌଡ଼ ଓ ତାଙ୍କ ସହଧର୍ମିଣୀ ମଳୟ ଗୌଡ଼ କର୍ତ୍ତା ସାଜି ଯଜ୍ଞ ଆହୁତି ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ ତ୍ରିପାଠୀ, ଦିଗାମ୍ବର ଷଡ଼ଙ୍ଗୀ, ରାଧା କାନ୍ତ ହୋତା ମନ୍ତ୍ର ଉଚ୍ଚାରଣ କରି ପରିବେଶ କୁ ଭାବମୟ କରିଥିଲେ ଉଛ ବିଦ୍ୟାଳୟ ର କର୍ମଚାରୀ ମାନଙ୍କ ଆର୍ଥିକ ସହାୟତା ରେ ସାଢେ ଛଅ ଫୁଟ ଉଛ ତା ବିଶିଷ୍ଟ ଏଇ ମୂର୍ତ୍ତି ଓ ସିଂହାସନ ବାବଦରେ ପ୍ରାୟ ଦୁଇ ଲକ୍ଷ୍ୟ ସାଠିଏହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଭଗବାନ ଙ୍କ ଉପସ୍ଥିତି ବିଦ୍ୟାଳୟ ପରିସରରେ ନିଶ୍ଚିତ ଭାବରେ ଅଧୟନ ରତ ଛାତ୍ର ଛାତ୍ରୀ ଙ୍କ ଉପରେ କୃପା ବୃଷ୍ଟି କରିବେ ବୋଲି ବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO