ଭୁବନେଶ୍ୱର, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ବଢ଼ିଲେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ପ୍ରତ୍ୟେକ ଦିନ ତଳ ସ୍ତରରୁ ତଦାରଖ କରୁଛୁ । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛୁ । ଯଦି ଆଗକୁ ଆଗକୁ ଅଧିକ ଲୋକ ସଂକ୍ରମିତ ହୁଅନ୍ତି, ସେମାନଙ୍କୁ ଘରୋଇ ସଙ୍ଗରୋଧ ବ୍ୟବସ୍ଥା ହୋଇଛିବୋଲି ସେ ସୂଚନା ଦେଇଛନ୍ତି ।ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ କରୋନାର ଚେନ ଭାଙ୍ଗିବା ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ସଟଡାଉନ ଓ ଲକ ଡାଉନ କରାଯାଉଛି । ସେ କହିଛନ୍ତି ଯେ ଛତିଶଗଡ଼ରୁ ଯେଉଁମାନେ ଆସିଛନ୍ତି, ଜଣଙ୍କଠୁଁ ୩୦ଜଣ ସଂକ୍ରମିତ ହେଉଛନ୍ତି । କରୋନା ଡ୍ରପଲେଟ ବାୟୁମଣ୍ଡଳରେ ବୁଲୁଛି । ଏଣୁ ନିହାତି କାମ ନଥିଲେ ବାହାରକୁ ବାହାରନ୍ତୁନି । ରାତି ୯ଟା ବେଳେ କର୍ଫ୍ୟୁ ଅଛି ଭାବି ବଜାରରେ ଭିଡ଼ ଜମାନ୍ତୁ ନାହିଁ । ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି । ଏଣୁ ଦାୟିତ୍ୱ ନେବାର ସମୟ ଆସିଛି ବୋଲି ସେ କହିଛନ୍ତି ।