ଭୁବନେଶ୍ୱର .କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଫେରାର ହୋଇ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନା ଚିହ୍ନଟ ହେବା ପରେ ତାର ରିିମାଣ୍ଡକୁ ସ୍ଥଗିତ ରଖା ଯାଇଛି । ଆରଟିପିସିଆର ଟେଷ୍ଟରେ ହାଇଦର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।କଟକ ମଙ୍ଗଳାବାଗ ପୁଲିସ୍ ତାକୁ ଆଜିଠୁ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥା’ନ୍ତା ।ଉଲ୍ଲେଖନୀୟ ଯେ ଗତକାଲି ହାଇଦରକୁ କଟକ ସିଟି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯିବା ପରେ ଚୌଦ୍ୱାର ଜେଲ୍କୁ ପଠାଇ ଦିଆଯାଇଥିଲା । ଆଜି ସକାଳ ୭ଟାରୁ ତା’ର ରିମାଣ୍ଡ ଅବଧି ଆରମ୍ଭ ହୋଇଥା’ନ୍ତା ଓ ଏହା ୨୩ ତାରିଖ ସକାଳ ୭ଟାରେ ଶେଷ ହୋଇଥା’ନ୍ତା । କିନ୍ତୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାକୁ ଚୌଦ୍ୱାର ଜେଲ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇଥ୍ିବା ନେଇ ଜଣା ପଡିଛି ।ହାଇଦର କରୋନା ସଂକ୍ରମିତ ଚିହ୍ନଟ ହେବା ଖବର ସାମ୍ନାକୁ ଆସିବା ପରେ ଗ୍ୟାଙ୍ଗଷ୍ଟରକୁ ଧରିଥିବା ଟିମର କିଛି ପୋଲିସ୍ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Related Stories
April 26, 2024