ନୂଆପଡା- ରାସନ କାର୍ଡ ସହ ଆଧାର ଲିଙ୍କ ବାଧ୍ୟତା ମୂଳକ ହେବା ଦ୍ୱାରା ନୂଆପଡା ଜିଲ୍ଲାର ଅନେକ ପରିବାର ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏପରି ଅଭିଯୋଗ କରିଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ପଂଚାୟତର କୁଲିଙ୍ଗାମାଲ ଏବଂ କଟାପଡା ଗ୍ରାମବାସୀ । କୁଲିଙ୍ଗାମାଲ ଏବଂ କଟାପଡାର ଶତାଧିକ ରାସନ କାର୍ଡ ଧାରୀ ଗତ ୨ ମାସ ହେଲା ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ଚାଉଳ ପାଇବାରୁ ବଂଚିତ କରାଯାଇଥିବା ଅଭିଯୋଗ କରି ସେମାନଙ୍କୁ ତୁରନ୍ତ ଚାଉଳ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି । ସେମାନେ ଗତ ୨ ମାସ ହେଲା ଚାଉଳ ନପାଇ ଅନେକ ଅସୁବିଧା ଭୋଗ କରୁଥିବା ବେଳେ ସରକାରଙ୍କ କାର୍ଯ୍ୟକାରୀ ଯୋଜନା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ସାରା ଅନେକ ରାସନ କାର୍ଡ ଧାରୀଙ୍କର ରାସନକାର୍ଡ ସହ ଆଧାରର ଲିଙ୍କ ହୋଇନଥିବାରୁ ଅନେକ ସମସ୍ୟା ଭୋଗ କରୁଥିବା ଅଭିଯୋଗ ହୋଇଆସୁଛି । ଏନେଇ ପଂଚାୟତରେ କାର୍ଯ୍ୟରତ ଜିଆରଏସ, ସରପଂଚ, କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ଯୋଗାଣ ଅଧିକାରୀ ସାହାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବ୍ୟକ୍ତି କିମ୍ବା ପରିବାରଙ୍କୁ ରାସନ କାର୍ଡ ଯୋଗାଇ ଦେଇଥିବା ବେଳେ ରାସନକାର୍ଡ ସହ ଆଧାରର ଲିଙ୍କ ବାଧ୍ୟତାମୂଳକ କରିଥିବାରୁ ସାଧାରଣ ଲୋକେ ହଇରାଣ ହରତକରେ ପଡୁଥିବା ଅଭିଯୋଗ କରି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବୀ କରିଛନ୍ତି । ଏନେଇ ବୋଡେନ ଗୋÂି ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ଯୋଗାଯୋଗ କରାଯିବାରୁ ଆଧାର ଲିଙ୍କ ନଥିବା ରାସନକାର୍ଡ କଟି ଯାଉଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ନୋଟିସ ଜାରୀ କରାଯାଇ ଆଧାର ଲିଙ୍କ କରାଯିବାରୁ ନିଦେ୍ର୍ଧଶ ରହିଥିଲା । କିନ୍ତୁ ଖାଉଟି ସଚେତନ ନଥିବାରୁ ଲିଙ୍କ କରୁନଥିବା ପ୍ରକାଶ କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ଚାଳିଥିବା ପ୍ରକାଶ କରିଥିଲେ ।
Related Stories
January 19, 2025
January 19, 2025