ପୁରୀ : କେଶରୀୟ ହିନ୍ଦୁ ବାହିନୀ, ପୁରୀଜିଲ୍ଲା ଆନୁକୂଲ୍ୟରେ ଉତ୍କଳୀୟ ନବବର୍ଷର ଅଭିନନ୍ଦନ ମହୋତ୍ସବ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପଦ୍ମଶ୍ରୀ ରଜତ କୁମାର କର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ସିଫାର ନିର୍ଦ୍ଧେଶକ ଶରତ କୁମାର ସ୍ୱାଇଁ, ସମାଜସେବୀ ସଂଜୀବ କୁମାର ମୁଖାର୍ଜୀ, ଦିଲ୍ଲୀପ କୁମାର ଦାଶ ଓ ସନ୍ତୋଷ ଭୋଳ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ |ଉତ୍କଳୀୟ ନବବର୍ଷର ମହନୀୟତା ଉପରେ ଅତିଥି ମାନେ ଗୁରୁତ୍ୱ ଆରୋପ କରିବା ସହିତ ହିନ୍ଦୁ ସଂସ୍କୃତି, ପରମ୍ପରା ଓ ମର୍ଯ୍ୟାଦା କୁ ବିଶ୍ୱସ୍ତରରେ ପ୍ରତିପାଦିତ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରଗାଢ଼ ଉଦ୍ୟମ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ |ସଭାପତି ରାଜେଶ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଦାଶରଥି ମହାନ୍ତି, ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ |
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ସଙ୍ଗୀତ, ମେହେନ୍ଦି, ଝୋଟି ପ୍ରତିଯୋଗିତା ର କୃତି ପ୍ରତିଭା ମାନଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ନିମନ୍ତେ କୋଡିଏ ଜଣ ପ୍ରତିଭା ଙ୍କୁ ଶ୍ରୀକ୍ଷେତ୍ର ଗୌରବ ସଂମ୍ମାନ-୨୦୨୧ ରେ ସଂମ୍ମାନିତ କରାଯାଇଥିଲା |କଣ୍ଠଶିଳ୍ପୀ କୁମାର ଭଗବାନ, ଶିଶୁ କଣ୍ଠଶିଳ୍ପୀ ସୁଶ୍ରୀ ଦିବ୍ୟଜ୍ୟୋତି ନନ୍ଦ, ସ୍ୱୟାଂଶି ରଥ, ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିବା ବେଳେ ନୃତ୍ୟ ଶିଳ୍ପୀ ସୁଲଗ୍ନା ବେହେରା, ପ୍ରଦ୍ୟୁସ୍ନା ପଣ୍ଡା ଏବଂ ସ୍ୱମ୍ୟା ପ୍ରିୟଦର୍ଶିନୀ ତ୍ରିପାଠୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ |କାର୍ଯ୍ୟକ୍ରମ ପରିଚାଳନା ରେ ସୁରେଶ ନନ୍ଦ, ବିଶୁଦ୍ଧା ନନ୍ଦ ଜେନା, ଗିରିଶ ନନ୍ଦ, ସଂଜୀବ ଦାଶ, ପ୍ରିୟବ୍ରତ ମିଶ୍ର, ବନ୍ଦିତା ଦାଶ, ଅନିତା ପଟ୍ଟନାୟକ, ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ |ଏହି କାର୍ଯ୍ୟକ୍ରମ କରୋନା ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା |