ସେ କଟକ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହାଇଦରକୁ ଧରିବା ପାଇଁ ୧୨୦ ଘଂଟାର ଅପରେସନ ଚଳା ଯାଇଥିଲା । ହାଇଦର ଫେରାର ଖବର ପାଇବା ମାତ୍ରେ ସଂଗେ ସଂଗେ କମିସନରେଟ ପୁଲିସ ତାକୁ ଧରିବାକୁ ଅପରେସନ ଆରମ୍ଭ କରି ଦେଇଥିଲା । ସେ କହିଛନ୍ତି ଯେ ହାଇଦରର ସମସ୍ତ ତଥ୍ୟକୁ ଆଖି ଆଗରେ ରଖି କମିସନରେଟ ପୁଲିସ ଟିମ ଗଠନ କରିଥିଲା । ତେଲେଙ୍ଗାନା, ମହାରାଷ୍ଟ୍ରକୁ ଟିମ ଯାଇଥିଲା । ଏହାସହ ହାଇଦର ସହଯୋଗୀକୁ ଗିରଫ କରାଯାଇଥିଲା । ପୋଲିସ ଟିମ ୧୧ ଓ ୧୨ତାରିଖ ହାଇଦ୍ରାବାଦ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତେଲେଙ୍ଗାନାରେ ପହଂଚିଥିଲା . ସେ କହିଛନ୍ତି ଯେ୧ କଟକ ଡିସିପିଙ୍କ ତତ୍ୱାବଧାନରେ ଟିମ ଗଠନ କରାଯାଇ କାର୍ଯ୍ୟକ୍ଷମ ହୋଇଥିଲା । ୧୩, ୧୪, ୧୬ ଏହି ତିନି ଦିନ ଅପରେସନରେ ବାଦାମବାଡ଼ି ଓ ଚାଉଳିଆଗଞ୍ଜ ଆଇଆଇସିଙ୍କ ମୁଖ୍ୟ ଭୂମିକା ରହିଥିଲା । ପରେ ଗତକାଲି କୁଖ୍ୟାତ ଅପରାଧୀ ହାଇଦର ଏକ ବାଇକରେ ଯାତାୟାତ କରୁଥିବା ସୂଚନା ମିଳିବା ମାତ୍ରେ ତାକୁ ଗିରଫ କରାଯାଇଥିଲା । ଏଥିରେ ତେଲେଙ୍ଗାନା ପୁଲିସର ବହୁ ସାହାଯ୍ୟ ମିଳିଥିଲା ।ସେ କହିଛନ୍ତି ଯେ ଏହା ବାଦ ଏବେ ଏହି ମାମଲାରେ ୭ଜଣଙ୍କୁ ପଚରାଉଚରା ଚାଲିଛି ।
Related Stories
November 23, 2024