-
ବିଶ୍ୱରୁ କରୋନା ଦୂର ହେଉ ଏବଂ ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ସୁନ୍ଦରକାଣ୍ଡ ପାଠ ଓ ହୋମଯଜ୍ଞ,
-
ଗୋମାତାଙ୍କ ସୁରକ୍ଷା କାମନା ଓ ମହାବୀରଙ୍କୁ ଦୁଗ୍ଧ ଅଭିଷେକ ଓ ପୂଜନ,
ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ତରଫରୁ ପରମ୍ପରା ଅନୁଯାୟୀ ମହାବୀରଙ୍କୁ ଦୁଗ୍ଧ ଅଭିଷେକ ଓ ପୂଜନ କରାଯାଇଛି |ପବିତ୍ର ପଣା ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପରମ୍ପରା ଅନୁସାରେ ମହାବୀରଙ୍କୁ ଦୁଗ୍ଧ ଅଭିଷେକ ଓ ପୂଜନ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଅନ୍ତରାଷ୍ଟ୍ରୀୟ ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର ଓ ବଳରାମ ମିଶ୍ର ପୁରୋଧା କାର୍ଯ୍ୟ ତୁଲାଇଥିଲେ |ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ ସୁନ୍ଦରକାଣ୍ଡ ପାଠ କରି କିଭଳି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଓ ବିଶ୍ୱବାସୀଙ୍କ କଲ୍ୟାଣ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ପୂଜା କରିଥିଲେ |
ଏହି ପୂଜା କାର୍ଯ୍ୟରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାରର ସଦସ୍ୟ ଦୁର୍ଗାମଣି ପ୍ରତିହାରୀ,ରାଜଲକ୍ଷ୍ମୀ ପ୍ରତିହାରୀ,ପଣ୍ଡିତ କିଶୋରୀ ମୋହନ ତ୍ରିପାଠୀ, ସ୍ନେହାଶିଷ ମହାନ୍ତି,କାର୍ତ୍ତିକ ଚରଣ ପଣ୍ଡା,ଲଛମନ ପଣ୍ଡା,ପୁରୁଷୋତ୍ତମ ପଣ୍ଡା ,ଗଣେଶ୍ୱର ପଣ୍ଡା,ପବିତ୍ର ପଣ୍ଡା ,ମନୋଜ କୁମାର ପଣ୍ଡା, ପୁରୁଷୋତ୍ତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |ଏହି ପୂଜା କାର୍ଯ୍ୟ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ଵିଧି ପୂର୍ବକ ଅନୁଷ୍ଠିତ ହୋଇଥିଲା | ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଓ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପୂଜା କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହୋଇଛି |