-
ପ୍ରଧାନମନ୍ତ୍ରୀ ଶ୍ରୀ କିଶୋର ମକୱାନାଙ୍କ ଦ୍ୱାରା ଡକ୍ଟର ଆମ୍ବେଦକରଙ୍କ ଉପରେ ଲିଖିତ ପୁସ୍ତକର ମଧ୍ୟ କରିବେ ଉନ୍ମୋଚନ
ଦେଶରେ ଉଚ୍ଚ ଶିକ୍ଷାର ସର୍ବୋଚ୍ଚ ସଂସ୍ଥା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏ.ଆଇ.ୟୁ) ଚଳିତମାସ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଏହାର ୯୫ତମ ବାର୍ଷିକ ସମାରୋହ ପାଳନ କରୁଛି । ଏହି ଅଧିବେଶନରେ ଏ.ଆଇ.ୟୁ. ତାର ପୂର୍ବବର୍ଷର ସଫଳତାର ଆର୍ôଥକ ବିବରଣୀ ପ୍ରଦାନ କରିବା ସହ ଆଗାମୀ ବର୍ଷ ପାଇଁ ହାତକୁ ନେଉଥିବା ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥାଏ । ଏଥିରେ ଆସୀନ ସଦସ୍ୟମାନଙ୍କୁ ଆଂଚଳିକ କୁଳପତି ସମ୍ମିଳନୀରେ ସୁପାରିଶ ଓ ବର୍ଷବ୍ୟାପୀ ହୋଇଥିବା ଅନ୍ୟାନ୍ୟ ଆଲୋଚନା ସମ୍ପର୍କରେ ମଧ୍ୟ ଅବଗତ କରାଯାଏ । ଏଥି ସହ ଏ.ଆଇ.ୟୁ. ଏହାର ୯୬ତମ ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରିବ । ୧୯୨୫ମସିହାରେ ମହାନୁଭବ ଡକ୍ଟର ସର୍ବପଲ୍ଲୀ ରାଧାକିଷ୍ଣନ ଓ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୃଷ୍ଠପୋଷକତାରେ ଏହାର ଗଠନ କରାଯାଇଥିଲା ।
ଦେଶରେ ଉଚ୍ଚ ଶିକ୍ଷାର ସଂସ୍କାର ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ତ୍ୱରାନ୍ୱିତ କରିବା ନେଇ କୁଳପତିମାନଙ୍କ ଏକ ଜାତୀୟ ଆଲୋଚନାଚକ୍ର ମଧ୍ୟ ଏହି ସମ୍ମଳନୀ କାଳରେ ଅନୁଷ୍ଠିତ ହେବ । ନିକଟରେ ଲାଗି କରାଯାଇଥିବା ଜାତୀୟ ଶିକ୍ଷାନୀତି-୨୦୨୦କୁ ତ୍ୱରାନ୍ୱିତ କରିବା ନେଇ ମାର୍ଗଦର୍ଶିକା ମଧ୍ୟ ଏହି ଅଧିବେଶନ କାଳରେ ସ୍ଥିର ହେବ । ଏହାର ମୁଖ୍ୟ ହକ୍ଦାର ବିଦ୍ୟାର୍ଥୀମାନଙ୍କ ସ୍ୱାର୍ଥ ପାଇଁ ନୀତିକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଭୁଲ କାର୍ଯ୍ୟକାରୀ ଯୋଜନା ମଧ୍ୟ ପ୍ରସ୍ତୁତ ହେବ ।
ପୁସ୍ତକ ଉନ୍ମୋଚନ ବିଷୟରେ
ଶ୍ରୀ କିଶୋର ମକୱାନାଙ୍କ ଦ୍ୱାରା ଲିଖିତ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ଆଧାରିତ ନିମ୍ନଲିଖିତ ପୁସ୍ତକଗୁଡିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ ।
୧. ଡକ୍ଟର ଆମ୍ବେଦକର ଜୀବନ ଦର୍ଶନ ।
୨. ଡକ୍ଟର ଆମ୍ବେଦକର ବ୍ୟକ୍ତି ଦର୍ଶନ ।
୩.ଡକ୍ଟର ଆମ୍ବେଦକର ରାଷ୍ଟ୍ରଦର୍ଶନ ଏବଂ
୪. ଡକ୍ଟର ଆମ୍ବେଦକର ଆୟାମ୍ ଦର୍ଶନ ।