ରାଜ୍ୟ ସରକାର ଙ୍କ ଶ୍ରୀମନ୍ଦିର ଚୌହାଦି ୭୫ ମିଟର ପରିସୀମା ସୌନ୍ଦର୍ଯ୍ୟକରଣ ଯୋଜନା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପର୍କିତ ପ୍ରାଚୀନ ମଠ ଓ ମନ୍ଦିର ଗୁଡିକ ପ୍ରାୟତଃ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଚୀନ ମଠ ଓ ମନ୍ଦିର ଗୁଡିକର ସରଂକ୍ଷଣ ଓ ସୁରକ୍ଷାକୁ ଅଭିଯାନ ରୂପରେ ଆଗେଇ ନେବାକୁ ଏ ସମ୍ପର୍କରେ ଏକ ଆଲୋଚନା ଚକ୍ର ଉତ୍କଳ ବିଦ୍ୟୁତ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ପୁରୀ ସହରର ବରିଷ୍ଠ ନାଗରିକ, ଗବେଷକ, ସଂଗଠକ ଓ ସଂସ୍କୃତି ପ୍ରେମୀଙ୍କୁ ନେଇ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା |ସଭାରେ ସଭାପତିତ୍ବ କରିଥିଲେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ଉପାଧ୍ୟକ୍ଷ ତଥା ବରିଷ୍ଠ ଆଇନଜିବୀ ଉମାବଲ୍ଲଭ ମହାପାତ୍ର, ସ୍ୱାଗତ ସଂଭାଷଣ ଓ ମଞ୍ଚ ସଂଚାଳନ କରିଥିଲେ |ପରିଷଦ ର ଅଧ୍ୟକ୍ଷ ମନୋଜ ରଥ, ବିଶିଷ୍ଟ ଗବେଷକ ଡ଼ ସୁରେନ୍ଦ୍ର ମିଶ୍ର, ଡ଼ ଭାସ୍କର ମିଶ୍ର, ଦେବୀ ନନ୍ଦ ପ୍ରାରମ୍ଭିକ ଅବିଭାଷଣ ପ୍ରଦାନ କରି ପ୍ରାଚୀନ ଶଙ୍କରାନନ୍ଦ ମଠର ଐତିହ ଓ ପରମ୍ପରା ସମ୍ବଦ୍ଧରେ ଆଲୋଚନା କରିଥିଲେ |
ଅନ୍ୟତମ ବକ୍ତା ଶ୍ରୀମନ୍ଦିର ପରିଚାଳନା ସମିତି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସମାଜସେବୀ ଚକ୍ରଧର ମହାପାତ୍ର, ଜଟାଧାରୀ ମିଶ୍ର, ପ୍ରଫୁଲ୍ଲ ସାମନ୍ତରାୟ, ପୁରୀ ବିକାଶ ପରିଷଦ ର ଅଧ୍ୟକ୍ଷ ଜଗନ୍ନାଥ ବସ୍ତିଆ ନିଜ ନିଜ ବକ୍ତବ୍ୟରେ ପ୍ରାଚୀନ ମଠ ଗୁଡିକର ଦୁର୍ଦ୍ଧିନ ସମ୍ପୃକ୍ତ ମଠର ମହନ୍ତ, ଦେବୋତ୍ତର ବିଭାଗର ଉଦାସୀନତା ଓ ସରକାରଙ୍କ ଅଣଦେଖା ଯୋଗୁଁ ହୋଇଛି ବୋଲି କହିଥିଲେ |ଆଗାମୀ ଦିନରେ ଏକ ପ୍ରତିନିଧି ମଣ୍ଡଳ ବିଭିନ୍ନ ଅଧିକାରୀଙ୍କୁ ଭେଟି ଶଙ୍କରାନନ୍ଦ ମଠ ଓ ଅନ୍ୟ ମଠ ଗୁଡିକର ସରଂକ୍ଷଣ ଓ ପୁନଃରୁଦ୍ଧାର ଦାବୀ ଉପସ୍ଥାପନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି |ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ପ୍ରମୁଖ ବ୍ୟକ୍ତି ମାନେ ହେଲେ ପୁଷ୍କର ମହାପାତ୍ର, ଅନାମ ସାହୁ, କୈଳାସ ଟିକାୟତରାୟ, ହେକ୍ଟର ମିଶ୍ର, ବାସୁଦେବ ସାହୁ, ନରେନ୍ଦ୍ର ମହାନ୍ତି, ବିଭୁତି ତ୍ରିପାଠୀ, ସଦାଶିବ ମିଶ୍ର, ପଣ୍ଡିତ ବିଶ୍ୱମ୍ବର ଦାଶ, ସୁଶାନ୍ତ ରାଜ ପ୍ରମୁଖ |ପରିଷଦର ବିଜୟ କୃଷ୍ଣ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ |ପଣ୍ଡିତ କମଳାକାନ୍ତ ଆଚାର୍ଯ୍ୟ, ଶ୍ୟାମ ସୁନ୍ଦର ମହାପାତ୍ର, ବିରଞ୍ଚି ନାରାୟଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |