ଭୁବନେଶ୍ୱର, ପିପିଲି ଉପନିର୍ବାଚନରେ ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଅପରାହ୍ନ ୪ଟାରେ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ପିପିଲି ବ୍ଲକ, ପିପିଲି ଏନଏସି ଓ ଡେଲାଙ୍ଗ ବ୍ଲକର ୬ଟି ଜିଲ୍ଲା ପରିଷଦ ଜୋନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଠାରେ ଏଲଇଡି ଲଗାଯାଇଛି ।