-
ଘଣ୍ଟା ଘଣ୍ଟା ଧରି ଚିକିତ୍ସାଳୟ ବାହାରେ କରିବାକୁ ପଡୁଛି ଅପେକ୍ଷା,
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫିଜିଓ ଥେରପି ସେଣ୍ଟରରେ ରୋଗୀଙ୍କୁ ଉର୍ନ୍ନତ ମାନର ସେବାର ପ୍ରଦାନ କରୁଥିବା ସରକାର ଡେଙ୍ଗୁରା ବାଡ଼ଉ ଥିବା ବେଳେ ପ୍ରକୃତ ସ୍ଥିତି ତାହାନୁହେଁ |ହାତ, ଗୋଡ଼, ଅଣ୍ଟା ବିନ୍ଦା ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଫିଜିଓ ଥେରପି ସେଣ୍ଟରକୁ ଆସୁଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ ତାହା ନୁହେଁ |ରୋଗୀ ମାନଙ୍କୁ ଉର୍ନ୍ନତ ମାନର ସେବା ଯୋଗାଇ ଦେବା ପରିବର୍ତ୍ତେ ଅପମାନିତ କରାଯାଇ ଫିଜିଓ ଥେରପି ସେଣ୍ଟର ବାହାରେ ବସାଇ ଦିଆଯାଉଛି ଯାହା ଦେଖିଲେ ମନେ ହେଉଛି ସେମାନେ ଚିକିତ୍ସା ପାଇଁ ଆସି ବଡ ଅପରାଧ କରିଛନ୍ତି |କାର୍ଯ୍ୟରତ ଥିବା ଡାକ୍ତର ସିଦ୍ଧାର୍ଥ ମହାଶୟ ଫିଜିଓ ଥେରପି ସେଣ୍ଟରକୁ ଆସୁଥିବା ରୋଗୀଙ୍କୁ ଯେଭଳି ବ୍ୟବହାର କରୁଛନ୍ତି ତାହା କହିବା ଓ କାନରେ ନଶୁଣିବା ଭଲ ବୋଲି ଚିକିତ୍ସା ପାଇଁ ଆସୁଥିବା ରୋଗୀ ସୁନିତା ତ୍ରିପାଠୀ,ପର୍ଶୁରାମ କର ଏବଂ ଗୋବିନ୍ଦ ଚନ୍ଦ୍ର ସାହୁ କହିଛନ୍ତି |ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଡାକ୍ତର ସିଦ୍ଧାର୍ଥ ଉର୍ନ୍ନତ ମାନର ସେବା ଯୋଗାଇ ଦେବାପାଇଁ ବଡ଼ଶଙ୍ଖ ସ୍ଥିତ ନିଜର ପ୍ରାଇଭେଟ କ୍ଲିନିକ କୁ ଆସିବାକୁ ପରାମର୍ଶ ଦେଉଥିବାର ସୂଚନା ଚିକିତ୍ସା ପାଇଁ ଆସୁଥିବା କିଛି ରୋଗୀ କହିଛନ୍ତି |