ଗଞ୍ଜାମ, ବ୍ରହ୍ମପୁର ମଣ୍ଡଳ କାରାଗାରର ୧୯୦ ଜଣ ଅନ୍ତେବାସୀଙ୍କୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ଼୍ ଟୀକାକରଣ କରାଯାଇଛି । ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପ୍ରଥମ ଡ଼ୋଜ୍ ଟୀକା ଦିଆଯାଇଥିଲା । ସେହିପରି ବରିଷ୍ଠ ନାଗରିକ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଦିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ମଣ୍ଡଳ କାରାଗାରରେ ପହଂଚି ଅନ୍ତେବାସୀଙ୍କୁ ଟୀକା ଦେଇଥିଲେ । ମଣ୍ଡଳ କାରାଗାର ଅଧିକ୍ଷକ ଗରିବ ସାହୁ ଓ ଜେଲର୍ ସତ୍ୟ ନାରାୟଣ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଟୀକାକରଣ କରାଯାଇଥିଲା ।
ପ୍ରକାଶ ଥାଉ କି, ଗତ ବର୍ଷ ମଣ୍ଡଳ କାରାଗାରରେ ବହୁ ଅନ୍ତେବାସୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ । ପରେ ଜେଲ୍ ପରିସରରେ ଏକ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ ଆରମ୍ଭ କରାଯାଇଥିଲା ।