-
ଆକ୍ରମଣ କରିଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ,
ସର୍ବୋଦୟ ମେଳା କମିଟି ତରଫରୁ ଗାନ୍ଧୀ ସ୍ମୃତି ପୀଠ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମେଳା କମିଟି ର ଅଧ୍ୟକ୍ଷ ଏବଂ ଓଡିଶା ହାଇକୋର୍ଟ ର ବରିଷ୍ଠ ଓକିଲ ଉମା ବଲ୍ଲଭ ମହାପାତ୍ର, ସମ୍ପାଦକ ଓକିଲ ଶିବ ପ୍ରସାଦ ମିଶ୍ର, ସଂଯୋଜକ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଦତ୍ତ ଦାସ, ଡାକ୍ତର ବିପିନ ଆନନ୍ଦ ମିଶ୍ର ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଶନିବାର ସନ୍ଧ୍ୟାରେ ଏମାର ମଠ ପରିସରରେ ରୂପା ଇଟା ମିଳିବା ପରେ ସାମ୍ବାଦିକ ମାନେ କ୍ୟାମେରା ସହିତ ମଠ ଭିତରକୁ ପ୍ରବେଶ କରିବାବେଳେ ସେଠାରେ ପୂର୍ବରୁ କାର୍ଯ୍ୟରତ ଥିବା ସିଂହଦ୍ୱାର ଥାନା ପୋଲିସ ଅଧିକାରୀ ଓ ଆର୍ମଡ଼ ପୋଲିସ ଆକ୍ରମଣ କରିଥିଲେ ଏବଂ ଗୋଇଠା ମଧ୍ୟ ମାରିଥିଲେ ସେଥିପାଇଁ ଘଟଣାଟିର ଗମ୍ଭୀରତାକୁ ନଜରରେ ରଖି ଗାନ୍ଧୀ ଘାଟ ପରିସରରେ ସର୍ବୋଦୟ ମହିଳା କମିଟି ତରଫରୁ ଗାନ୍ଧିବାଦୀ ମାନେ ପୋଲିସ ବିରୁଦ୍ଧରେ ଆନ୍ଦୋଳନ କରିବା ସହିତ ସାମ୍ବାଦିକ ମାନଙ୍କୁ ତାଙ୍କ କର୍ତଵ୍ୟ କରିବାକୁ ରୋକିବା ସହିତ ମାଡ ମାରିଥିବା ଅଧିକାରୀ ଓ ପୋଲିସ କର୍ମିଙ୍କୁ ତତ୍କାଳୀନ ରାଜ୍ୟ ସରକାର ନିଲମ୍ବନ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ ଆଗାମୀ ଦିନରେ ମେଳା ତରଫରୁ ଗାନ୍ଧିବାଦୀ ଓଡିଶା ର ଜନତା ଆନ୍ଦୋଳନ କୁ ତୀବ୍ର କରାଯିବ |ଇଂରେଜ ଶାସନ ଭଳି ସାମ୍ବାଦିକ ମାନଙ୍କୁ ମାରିବା ଆଇନ ବିରୁଦ୍ଧ |