
ପାତ୍ରପୁର, ଜରଡା ଥାନା ଅନ୍ତର୍ଗତ ପାଞ୍ଚାମ୍ବ କଳ୍ପେଶ୍ୱର ମନ୍ଦିର ନିକଟରେ ଏକ ଟ୍ରକ୍ଟର ଓଲଟି ୨ଜଣ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୨୦ ଜଣ ଆହାତ ହୋଇଥିବା ଜଣାପଡିଛି । ଠଣାଗାଁ, ଥଳିବାଡ ଗ୍ରାମର ଲୋକ ମାନେ ଏକ ଟ୍ରାକ୍ଟର (ଓଡି ୦୭ ଏଏ ୫୯୮୨) ଯୋଗେ ତୁମ୍ବା ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ସହ ରାସନ ସାମଗ୍ରୀ ନେଇ ଘରକୁ ଫେରୁଥିବା ବେଳେ ହଠାତ୍ ବିପରୀତ ଦିଗରୁ ଏକ ମିନି ବସ୍ ଆସିଥିଲା ଟ୍ରାକ୍ଟରଟି ଦୃତଗତି ଆସୁଥିବା ହେତୁ ଭାରସାମ୍ୟ ହରାଇଥିବା ବେଳେ ଡାଲାଟି ଓଲଟି ପଡିଥିଲା । ଘଟଣା ସ୍ଥଳରେ ହିଁ ଠଣାଗାଁର ମଙ୍ଗଳା ପ୍ରଧାନ(୪୫) ସୀତା ପ୍ରଧାନ(୩୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ ବାଙ୍କୀ ଶବର, ଶଶି ଶବର, ଜାଗିଲି ଶବର, ଶଶି ପ୍ରଧାନ, ପିତବାସ ଶବର, ବାଙ୍କୀ ପ୍ରଧାନ, ଶୁକୁରୁ ଶବର, ସବିତା ଶବର, ରେଣୁ ପ୍ରଧାନ, ଲକ୍ଷ୍ମୀ ଶବର, ସାଇବାଣୀ ଶବର, ରୁକୁଣା ଶବର, ବିଳାଷ ଶବର, ଖତି ପ୍ରଧାନ, କାମିନୀ ଶବର ପ୍ରମୁଖ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଖବରପାଇ ଜରଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନନ୍ତର କରାଯାଇଛି । ପୋଲିସ ଦୁଇ ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨୦ହଜାର ଗୁରୁତର ମାନଙ୍କୁ ୧୦ ହଜାର ସାମାନ୍ୟ ଆହାତ ମାନଙ୍କୁ ୫ହଜାର ସହାୟତା ପ୍ରଦାନ କରାଯିବ ବୋଲି ପାତ୍ରପୁର ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO