
ଭୁୁବନେଶ୍ୱର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ପିପିଲି ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।ସେ ଏହି ଅବସରରେ କହିଛନ୍ତି ଯେ ଦୀର୍ଘ ୩୫ ବର୍ଷ ଧରି ପିପିଲିରେ ବିଜେଡିର ସ୍ଥାନୀୟ ନେତା ଲୋକପ୍ରତିନିଧି ଥିବା ସତ୍ୱେ ଗ୍ରାମାଂଚଳର ବିକାଶ ହୋଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶାସକ ବିଜେଡିର ଆନ୍ତରିକତା ଅଭାବର ପ୍ରମାଣ । ଗରିବଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରରୁ ଆସୁଥିବା ପ୍ରଚୁର ପରିମାଣ ଅର୍ଥ କାହିଁକି ଦିଆଯାଉ ନାହିଁ ।
ସେ କହିଛନ୍ତି ଯେ ପିସି କାରବାର କାରଣରୁ ଏହି ଅଂଚଳରେ ବିକାଶ କାର୍ଯ୍ୟ ହୋଇପାରୁ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ରାସ୍ତା-ଘାଟ ନିର୍ମାଣ ଆଦିରେ ବ୍ୟାପକ ମାତ୍ରାରେ ପିସି କାରବାର ହେଉଛି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପଂଚାୟତର ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଇ ସ୍ୱତନ୍ତ୍ର ଆର୍ôଥକ ବ୍ୟବସ୍ଥା କରିଛନ୍ତି । ମାତ୍ର ଏହି ଅର୍ଥ ବାଟମାରଣା କରାଯାଉଛି । ପିପିଲି-ଡ଼େଲାଙ୍ଗବାସୀ ହିଂସା ରାଜନୀତିକୁ ପରିତ୍ୟାଗ କରି ବିକାଶର ରାଜନୀତିରେ ସାମିଲ ହେବା ପାଇଁ ନିଷ୍ପତି କରିସାରିଛନ୍ତି ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO