

ସେ କହିଛନ୍ତି ଯେ ପିସି କାରବାର କାରଣରୁ ଏହି ଅଂଚଳରେ ବିକାଶ କାର୍ଯ୍ୟ ହୋଇପାରୁ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ରାସ୍ତା-ଘାଟ ନିର୍ମାଣ ଆଦିରେ ବ୍ୟାପକ ମାତ୍ରାରେ ପିସି କାରବାର ହେଉଛି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପଂଚାୟତର ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଇ ସ୍ୱତନ୍ତ୍ର ଆର୍ôଥକ ବ୍ୟବସ୍ଥା କରିଛନ୍ତି । ମାତ୍ର ଏହି ଅର୍ଥ ବାଟମାରଣା କରାଯାଉଛି । ପିପିଲି-ଡ଼େଲାଙ୍ଗବାସୀ ହିଂସା ରାଜନୀତିକୁ ପରିତ୍ୟାଗ କରି ବିକାଶର ରାଜନୀତିରେ ସାମିଲ ହେବା ପାଇଁ ନିଷ୍ପତି କରିସାରିଛନ୍ତି ବୋଲି ସେ କହିଛନ୍ତି ।