
ଭଦ୍ରକ, ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ମାଟିର ସୁଯୋଗ ସନ୍ତାନ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବମ୍ବେର ରାଜ୍ୟପାଳ ଉକôଳକେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ସ୍ୱଲିଖିତ ‘ଓଡ଼ିଆ ଇତିହାସ’ର ହିନ୍ଦି ସଂସ୍କରଣ ପୁସ୍ତକକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଆମ୍ବେଦକର ହଲ ଠାରେ ଉନ୍ମୋଚନ କରିଛନ୍ତି । ଏହି ଉପଲକ୍ଷେ ଆଗରପଡ଼ାସ୍ଥିତ ଡ଼ାଏଟ ଠାରେ ଭର୍ଚୁଆଲ ଉସôବ ଅନୁÂିତ ହୋଇଥିଲା । ୧୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ତଥା ବିଜେଡ଼ି ନେତା ପ୍ରଶାନ୍ତ ଦାଶଙ୍କ ସଂଯୋଜନାରେ ଏକ ସଚେତନତା ସଭା ଅନୁÂିତ ହୋଇଥିଲା । ଏଥିରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ବଦ୍ରୀନାରାୟଣ ଧଳ ଯୋଗଦେଇ କହିଲେ, ଆଗରପଡ଼ା ପରି ନିପଟ ମଫସଲରେ ମହତାବଙ୍କ ପରି ଯୋଗଜନ୍ମାଙ୍କ ଆବିର୍ଭାବ ଘଟିଥିଲା । ତାଙ୍କରି ଯୋଗୁଁହିଁ ଭାରତ ମାନଚିତ୍ରରେ ଆଗରପଡ଼ା ସ୍ଥାନିତ ହୋଇ ପାରିଛି । ତାଙ୍କ ସ୍ୱଲିଖିତ ପୁସ୍ତକ ଓଡ଼ିଆ ଇତିହାସର ହିନ୍ଦି ସଂସ୍କରଣକୁ ବିଶ୍ୱର ସର୍ବଶ୍ରେÂ ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେବା ଓଡ଼ିଶା ଓ ଓଡିଆମାନଙ୍କ ପାଇଁ ଗର୍ବ ଗୌରବ ବିଷୟ ଅଟେ । ମହତବାଙ୍କ ଯୋଗୁଁ ଦେଶରେ ଓଡ଼ିଶା ଆଉ ଏକ ମାଇଲ ଖୁଂଟ ସ୍ଥାପନ କଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ାଏଟ ଅଧ୍ୟକ୍ଷ କାର୍ତିକେଶ୍ୱର ଲେଙ୍କା, ବରିÂ ନାଗରିକ ଇଂ ମଧୁସୂଦନ ସାହୁ, ପୁରୁଷଣ୍ଢ ସେବା ସମବାୟ ସଭାପତି ନାରାୟଣ ଚନ୍ଦ୍ର ଉଦଗାତା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରାମଚନ୍ଦ୍ର ନାୟକ, କୈଳାସ ଚନ୍ଦ୍ର ଧଳ, ବିଜେପି ନେତ୍ରୀ ପଙ୍କଜିନୀ ଲେଙ୍କା, ଗୋପାଳକୃଷ୍ଣ ଦାଶ, ପୂର୍ବତନ ସରପଞ୍ଚ ରବିନ୍ଦ୍ର ପଣ୍ଡା, ସୁବାସ ଦାଶ, ସାମ୍ବାଦିକ ହେମନ୍ତ ସିଂହ, ପୁରୁୁଷଣ୍ଢ ସମିତିସଭ୍ୟ ଦିଲ୍ଲିପ ପୁହାଣ, ଶିବାନନ୍ଦ ଦାସ ଅଧିକାରୀ,ପ୍ରଦୁ୍ୟମ୍ନ ପୁହାଣ, ଅକ୍ଷୟ ସିଂହ, ସୁଶୀଳା ଜେନା, ଜୀତେନ୍ଦ୍ର ଶତପଥୀ, ରମାନାଥ ନାୟକ, ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ପ୍ରମୁଖଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଓ ଡ଼ାଏଟର ଛାତ୍ରଛାତ୍ରୀମାନେ ଏହି ଭର୍ଜୁଆଲ ଉସôବରେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO