ଭଦ୍ରକ, ଭଦ୍ରକ ସହରର ସୌନ୍ଦର୍ଯୀକରଣ ଓ ସହରବାସୀଙ୍କ ଆମୋଦବିନୋଦ ପାଇଁ ଆଜି ବିଧାୟକ ସଂଜୀବ ମଲ୍ଲିକ ଦୁଇଗୋଟି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି। ପ୍ରଥମେ ସେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହରକୁ ସରସ ସୁନ୍ଦର କରିବା ଲକ୍ଷ୍ୟରେ ‘ଆଇ ଲଭ୍ ଭଦ୍ରକ ମଡେଲ’ ସହ ସୌନ୍ଦର୍ଯୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ସହରର ବାିପାସ ଠାରେ ଏକ ଫୁଡ୍ କୋର୍ଟର ଶିଳାନ୍ୟାସ ମଧ୍ଯ ବିଧାୟକଙ୍କ ଦ୍ବାରା କରାଯାଇଥିଲା। ବିଶେଷକରି ଭଦ୍ରକ ବାଇପାସରେ ବହୁ ସପିଂ ମଲ୍ ଥିବାରୁ ଏଠାକୁ ପରିବାର ସହ ଆସୁଥିବା ସହରବାସୀ ଆମୋଦ ପ୍ରମୋଦ ସହ ସମୟ କାଟିବା ପାଇଁ ଏହି ଫୁଡ୍ କୋର୍ଟର ଶିଳାନ୍ୟାସ ହୋଇଥିବା ବିଷୟ କହିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ। ଏହି ପ୍ରକଳ୍ପର ଶିଳାନ୍ୟାସ କାଳରେ ଅନ୍ୟମାନଙ୍କ ସହ ଜିଲାପାଳ ଡ. ଜ୍ଞାନ ଦାସ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦ୍ର୍ଧେଶକ ମଧୁସୂଦନ ଦାଶ, ଭଦ୍ରକ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Related Stories
April 19, 2024