


ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଲାଗି ମାତ୍ର ସପ୍ତାହ ପାଇଁ ଆୟୋଜନ ନେଇ ନିର୍ଦ୍ଦେଶ ରହିଛି । ପରସ୍ଥିତିକୁ ଦୃଷ୍ଟିରେ ଆବଶ୍ୟକ ପଡିଲେ ଏହି ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି ପ୍ରଶାସନ ପକ୍ଷର ସୂଚନା ମିଳିଛି । ଶ୍ରଦ୍ଧାଳୁ ମାନେ ସମ ଦୂରତା ଓ କୋଭିଡ଼୍ ନିୟମ ମାନି ଧାଡ଼ିରେ ଯାଇ କେବଳ ଠାକୁରାଣୀଙ୍କ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁ ମାନେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କିମ୍ବା ଭୋଗ ଲାଗି କରିପାରିବେ ନାହିଁ ।ସକାଳ ୫ଟା ଠାରୁ ପୂର୍ବାହ୍ନ ୧୦ଟା ଯାଏଁ ଏବଂ ଅପରାହ୍ନ ୪ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ବ୍ୟାରିକେଡରେ ଯାଇ ମାଙ୍କ ଦର୍ଶନ କରିପାରିବେ । ତେବେ ଦେବୀଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିପାରିବେ ନାହିଁ ବୋଲି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି ।ପ୍ରକାଶ ଥାଉ କି, ଯାତ୍ରାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜନଗହଳିକୁ ଏଡାଇବା ପାଇଁ ଠାକୁରାଣୀଙ୍କ ସ୍ଥାୟୀ ମନ୍ଦିର ଠାରୁ ଅସ୍ଥାୟୀ ମଣ୍ଡପ ଦେଶୀ ବେହେରାଙ୍କ ଘର ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିଛି ।