

ସୂଚନା ଅନୁସାରେ ଘଟଣା ଦିନ ବିରେନ୍ଦ୍ରଙ୍କ ଘର ପାଖରେ ରହୁଥିବା ଏହି ନାବାଳିକା ଜଣକ ଅନ୍ୟ ପିଲାଙ୍କ ସହିତ ଅପରାହ୍ନ ୩ଟା ବେଳେ ବାହାରେ ଖେଳୁଥିବାବେଳେ ନାବାଳିକାକୁ ଘରକୁ ଡାକି କବାଟ ବନ୍ଦ କରି ତା ସହିତ ଦୁଷ୍କର୍ମ କରିଥିବା ନେଇ ଗତ ୧୮.୦୮.୨୦୧୭ ତାରିଖରେ ଫିରିଙ୍ଗିଆ ଥାନାରେ ନାବାଳିକାର ପରିବାର ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଫିରିଙ୍ଗିଆ ଥାନା ପୋଲିସ ଏକ ମାମଲା ୭୪/୧୭ ରେ ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।