
କନ୍ଧମାଳ, କରୋନା ସଂକ୍ରମଣ ଧିରେଧିରେ ବଢିବାରେ ଲାଗିଛି ସେଥିପାଇଁ କନ୍ଧମାଳରେ ଜିଲ୍ଲା ପ୍ରଶାସନ ତରଫରୁ ବଭିନ୍ନ କଟକଣା ଲଗାଯିବା ସହିତ ଲୋକଙ୍କୁ କୋଭିଡ୍ ଗାଇଡଲାଇନ ମାନିବାକୁ ବିଭିନ୍ନ ନିୟମ ଲାଗୁ କରାଯାଇଛି । ସେଥି ମଧ୍ୟରୁ ଦଣ୍ଡନାଚ ବେଳେ ଦଣ୍ଡୁଆ ମାନଙ୍କୁ ସହରକୁ ନ ଆସିବା, ଗୋଟିଏ ଯାଗାରେ ଶହେରୁ ଅଧିକ ଲୋକ ଏକାଠି ନହେବା, ମାଇକ୍ ବଜାଇବା ଏବଂ ନୃତ୍ୟ ଆଦି ପରିବେଷଣ କରିବାକୁ ମଧ୍ୟ ବାରଣ କରାଯାଇଛି ପ୍ରଶାସନ ତରଫରୁ । ତେବେ ଫୁଲବାଣୀରେ କିଛି ଲୋକ ଏହି ନିୟମକୁ ମାନୁନଥିବା ଦେଖାଦେଇଛି । ସେମାନେ ମୁହଁରେ ମାସ୍କ ପିନ୍ଧୁନଥିବା ଏବଂ ବଜାରରେ ସାମାଜିକ ଦୂରତାକୁ ବଜାୟ ନରଖିବା ଯାଗୁଁ ଆଜି ପୋଲିସ ଏବଂ ଫୁଲବାଣୀର ସାମ୍ବାଦିକ ମାନଙ୍କ ସହିତ ମିଳିତ ଅଭିଯାନ କ୍ରମେ ଏକ ଜନସଚେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜି ସକାଳୁ ଫୁଲବାଣୀ ଆଦର୍ଶ ଥାନାଠାରୁ ଫୁଲବାଣୀ ଉପଖଣ୍ଡ ପୋଲିସ ଅଧିକାରୀ ମହେନ୍ଦ୍ର କୁମାର ମୁର୍ମୁଙ୍କ ନେତୃତ୍ୱରେ ଫୁଲବାଣୀ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀଙ୍କ ସମେତ ପୋଲିସ ବାହିନୀ ଫୁଲବାଣୀ ପ୍ରେସ କ୍ଳବ ସଭାପତି ଶିବପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ସମ୍ପାଦକ ଅଜିତ କୁମାର ମହାରଣାଙ୍କ ସମେତ ଫିଲିମୋହନ ନାୟକ, ସଦାଶିବ ପାତ୍ର, ସୁଜିତ କୁମାର ବେହରା, ପ୍ରଶାନ୍ତ କୁମାର ବେହେରା, ବୈଦ୍ୟନାଥ ନାୟକ, ଭି.ଲୋକନାଥ ରାଜୁ, ଅଶୋକ ମିଶ୍ର, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବିରେନ୍ଦ୍ର କୁମାର ସୁବୁଦ୍ଧି ଏବଂ ଅନ୍ୟ ମାନେ ଯୋଗଦେଇ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ତେବେ ଏହି ସଚେତନତା କାର୍ଯ୍ୟକ୍ରମ ବର୍ତମାନ ଜାରୀ ରହିବ ଲୋକେ ଏହାକୁ ନମାନିଲେ ସେମାନଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି କହିଛନ୍ତି ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO