
ବେଲଗୁଣ୍ଠା– କରୋନା ଯୋଦ୍ଧାଙ୍କ ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ପରେ କରୋନା ସ୍ଥିତିରେ ସୁଧାର ଆସୁଥିବା ବେଳେ ଜୀବନ ଜିବିକା ସ୍ୱାଭାବିକ ହେବାକୁ ଯାଉଛି ।କିନ୍ତୁ ଗତ କିଛି ଦିନ ହେବ ପୁଣି କରୋନା ଦ୍ଵିତୀୟ ଲହର ପ୍ରଭାବରେ ପ୍ରତିଦିନ ବହୁ ନୂଆ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରେ ଲାଗିଛନ୍ତି।ଯାହାକୁ ନେଇ ସରକାର ତଥା ପ୍ରଶାସନର ଚିନ୍ତା ବଢିଯାଇଛି।ଏବେ ଠାରୁ ସତର୍କତା ଅବଲମ୍ବନ ନକଲେ ଆଗକୁ ପରିସ୍ଥିତି ଭୟଙ୍କର ହେବା ଆଶଙ୍କାରେ ପ୍ରଶାସନ ତରଫରୁ କୋଭିଡ଼ କଟକଣା କଡ଼ାକଡ଼ି କରାଯାଇଛି।ଏହାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ପୋଲିସ ତରଫରୁ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୋଲିସ କର୍ମଚାରୀମାନେ ହାତରେ ପ୍ଲା କାର୍ଡ଼ ଓ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ପୋଲିସ ଥାନାରୁ ବାହାରି ମେନ ରୋଡ ବ୍ଳକ ଛକରୁ ବାହାରି ହାଟପଦା, ଅଳିଆ ସାହି,ଗୋପିନାଥ ସାହି,ବଡଦାଣ୍ଡ ସାହି,ବାଙ୍କ ବଜାର ଦେଇ ଲୋକମାନଙ୍କୁ ।ମାସ୍କ ପିନ୍ଧିବା,ହାତ ଧୋଇବା, ଅଯଥା ଗହଳି କୁ ନ ଯିବା ପାଇଁ ସଚେତନ କରାଇଥିଲେ ।
ଆଗାମୀ ଦିନରେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ଏବଂ ସାମାଜିକ ଦୂରତା ବଜାୟ ରଖିବା ଓ ଅଯଥାରେ ଭିଡ଼ ନକରିବା ଉପରେ ଗୁରୁତ୍ୱ ଦିଆଯିବ।ଏହି ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।ଏହି ସଚେତନତା ରାଲିରେଯା ଥାନା ଅଧିକାରୀ ଙ୍କ ସମେତସେକେଣ୍ଡ ଅଫିସର ପ୍ରକାଶ କୁମାର ସାହୁ, ଏ.ଏସ.ଆଇ କୃଷ୍ଣଚନ୍ଦ୍ର ସେଠୀଙ୍କ ସମେତ ବେଲଗୁଣ୍ଠା ଥାନାର ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO