-
ଛାତ୍ର କଂଗ୍ରେସ ତରଫରୁ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ
ଜ଼ିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନା ରେ ପୁନର୍ବାର ଅନିୟମିତତା ଦେଖାଦେଇଛି l ପାରିକୁଦ ନିବାସୀ ନର୍ମଦା ପଣ୍ଡାଙ୍କ ଗତ ୨୩ ମାର୍ଚ୍ଚ ୨୦୨୧ ତାରିଖ ଦିନ ଡାକ୍ତର ମମତା ମହାପାତ୍ର ଙ୍କ ନିକଟରେ ଡାକ୍ତରଖାନା ରେ ଆଖି ଅପରେସନ କରାଯାଇଥିଲା କିନ୍ତୁ ଦୀର୍ଘ ଦିନ ବିତିଗଲା ପରେ ମଧ୍ୟ ଆଖିକୁ ଦେଖା ନ ଯିବାରୁ ଘରୋଇ ଡାକ୍ତରଙ୍କ ନିକଟରେ ଦେଖାଇବାରୁ ଜାଣିବାକୁ ମିଳିଥିଲା ଯେ ଆଖିର ଲେନ୍ସ ଭୁଲ ଭାବେ ପକା ଯାଇଛି l ନର୍ମଦାଙ୍କ ପରିବାର ବର୍ଗ ଜ଼ିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ତ ବିବୃତି ଜଣାଇବାକୁ ଚେଷ୍ଟା କରିବାରୁ ଅଧିକାରୀ ନାହାନ୍ତି କହି ଅନେକ ଥର ତାଙ୍କୁ ଫେରାଇ ଦିଆ ଯାଇଛି ଏବଂ ଘରୋଇ ଡାକ୍ତରଙ୍କ ପାଖରେ ଅପରେସନ କରିବା ପାଇଁ ତାଙ୍କ ପରିବାର ବର୍ଗଙ୍କୁ ପ୍ରଲୋଭନ ଦିଆଯାଉଛି l
ଆଗରୁ ମଧ୍ୟ ଏହି ଭଳି ବିଭିନ୍ନ ଘଟଣାବଳୀ କୁ ନେଇ ଜ଼ିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନା ସର୍ବଦା ପ୍ରଶ୍ନର ଘେରରେ ରହିଆସୁଛି ଏବଂ କୋଭିଡ ର ଏହି ଘଡି ସନ୍ଧି ମୁହୂର୍ତ୍ତ ରେ ସରକାରୀ ଡାକ୍ତରଙ୍କ ଏଭଳି କାର୍ଯ୍ୟକଳାପ ଜନସାଧାରଣଙ୍କ ମଧ୍ୟରେ ନୈରାଶ୍ୟଜନକ ବାତାବରଣ ସୃଷ୍ଟି କରୁଛି l ଏହାକୁ ଛାତ୍ର କଂଗ୍ରେସ ଦୃଢ ନିନ୍ଦା କରିବା ସହ ଏଭଳି ଭୁଲ ଯେପରି ପୁନର୍ବାର ନ ହେଉ ସେଥିପାଇଁ ଦୋଷୀ ବିରୁଦ୍ଧ ରେ ଛାତ୍ର କଂଗ୍ରେସ ପୂର୍ବତନ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଛାତ୍ର କଂଗ୍ରେସ ପୂର୍ବତନ ଜ଼ିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ଦଇତାପତି , ଯୁବ କଂଗ୍ରେସ ନେତା ବିଭୁ ରଥ ଏବଂ ଛାତ୍ର କଂଗ୍ରେସ ନେତା ଅଶୋକ ବେହେରା ଜ଼ିଲ୍ଲାପାଳ ଙ୍କୁ ଭେଟି ଦାବି ପତ୍ର ଦେବା ସହ ଉପଯୁକ୍ତ ପଦକ୍ଷେପ ନିଆଯାଉ ବୋଲି ଅନୁରୋଧ କରିଛନ୍ତି l