
ଭୁବନେଶ୍ୱର. ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଗତକାଲି ଆମେ ୧,୧୦୮୮୯ ଡୋଜ ଟିକା ଦେଇଛୁ । ଆଉ ୪,୩୫,୩୨୦ ଡୋଜ କୋଭିସିଲଡ ଟିକା ଓ ୧ ,୧୪,୪୯୦ ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି । ମାତ୍ର ୨ ଦିନ ମଧ୍ୟରେ ମହଜୁଦ୍ ଥିବା ଟିକା ସରିଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ୧୦ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି । ଗତକାଲି ୭୦୦ଟି ଟିକାକରଣ କେନ୍ଦ୍ର ବନ୍ଦ ହେଇଯାଇଛି । କୋରାପୁଟ ଜିଲ୍ଲାରେ ଗତକାଲି ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ଥିବା ସେ କହିଛନପ୍ତି । ସରକାରୀ ଓ ବେସରକାରୀ ସମସ୍ତ ଜାଗାରେ ୧୧ ତାରିଖଠାରୁ କର୍ମକ୍ଷେତ୍ରରେ ଟିକାକରଣ କେନ୍ଦ୍ର କରିବାକୁ କେନ୍ଦ୍ରର ନିର୍ଦ୍ଦେଶ ରହିଛି । ଏଥିପାଇଁ ଜିଲ୍ଲା ଟାସ୍କଫୋର୍ସ ଓ ମହାନଗର ନିଗମ କମିସନରଙ୍କ ଅନୁମତି ନେବାକୁ ପଡ଼ିବ । ବର୍ତମାନ ସୁଦ୍ଧା ରାଜ୍ୟରେ ୩୮,୫୨,୨୦୬ ଟିକାକରଣ ହୋଇଥିବା ସେ ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO