ପୁରୀ, ଶ୍ରୀମନ୍ଦିରରେ ବିଭିନ୍ନ ମରାମତି କାର୍ଯ୍ୟର ଯାଂଚ୍ କରିଛି ଏଏସଆଇ ଟିମ୍ । ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଅଧିକାରୀ ମାନେ ଏହି ଯାଂଚ୍ କରିଛନ୍ତି । ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତି ମରାମତି ଓ ଏହାର ପୁନଃ ସ୍ଥାପନ କରାଯିବ ବୋଲି କହଛନ୍ତି ଟିମ୍ ର ସଦସ୍ୟ । ଏଥି ସହ ଶ୍ରୀମନ୍ଦିରରେ ଚାଲିଥିବା ବିଭିନ୍ନ ମରାମତି କାର୍ଯ୍ୟର ଯାଂଚ୍ କରାଯାଇଥିବା ଏସଏସଆଇ ପକ୍ଷରୁ କୁହାଯାଇଛି ।ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ସେବାୟତଙ୍କ ସେବା ପୂଜା ବେଳେ ହଠାତ୍ ପଶ୍ଚିମ ଦ୍ୱାରରେ ଉଗ୍ର ନୃସିଂହଙ୍କ କୋଳରେ ଶୋଭାପାଉଥିବା ହିରଣ୍ୟକସ୍ୟପ ମୂର୍ତିଟି ଖସିପଡିଥିଲା । ମୂର୍ତିଟି ସମ୍ପୃକ୍ତ ସେବାୟତଙ୍କ ଜଙ୍ଘରେ ଖସି ପଡିବାରେ ସେ ଗୁରୁତର ହୋଇଥିଲେ ।
Related Stories
April 17, 2024