ବରଗଡ଼ – ବାରମ୍ବାର ବିଦ୍ୟୁତ ବିଭ୍ରାଟ ତଥା ୱେସକୋ ଅଫିସରେ କୌଣସି କର୍ମଚାରୀ ନଥିବା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲାର ଅତାବିରା ଠାରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ବଣିକ ସଂଘ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତା ବନ୍ଦକୁ ସମର୍ଥନ ଜଣାଇବା ସହ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି । ଯାହାର ପ୍ରଭାବରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । \nଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅତାବିରା ଅଂଚଳରେ ଅଧିକାଂଶ ସମୟରେ ବିଦ୍ୟୁତ ବିଭ୍ରାଟ ଲାଗି ରହୁଛି । ଏନେଇ ୱେସ୍କୋ ଅଫିସକୁ ଅଭିଯୋଗ କରିବାକୁ ଗଲେ ସେଠାରେ କେହି କର୍ମଚାରୀ ନଥିବାରୁ ନିରାଶ ହୋଇ ଫେରୁଛନ୍ତି ଲୋକେ । ଏନେଇ ପୂର୍ବରୁ ବରଗଡ଼ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଠାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପ୍ରତିବାଦରେ ଆଜି ଏହି ବନ୍ଦ ପାଳନ କରାଯାଇଛି ।
Related Stories
January 19, 2025
January 19, 2025