
ବେଲଗୁଣ୍ଠା,ଉତ୍ତମ ପ୍ରଶାସନିକ ସେବା ପାଇଁ ଜିଲ୍ଳା ତଥା ରାଜ୍ୟ ସ୍ତରରେ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ବେଲଗୁଣ୍ଠା ବ୍ଳକ୍ ର ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଯାଇଛି I ବେଲଗୁଣ୍ଠା ପାଇଁ ଏହି ଗର୍ବ ଆଣିଛି ଏହି ବ୍ଳକ୍ ଅନ୍ତର୍ଗତ ନେଟଙ୍ଗା ଗ୍ରାମ ପଞ୍ଚାୟତ I ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଗୋପାଳପୁର ଠାରେ ଆୟୋଜିତ ଉର୍ଜ୍ଜା କାର୍ଯ୍ୟକ୍ରମରେ ନେଟଙ୍ଗା ଗ୍ରାମ ପଞ୍ଚାୟତକୁ ଜିଲ୍ଲାର ଏକ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଛି I ଏହି ଉତ୍ସବରେ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ,ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପ୍ରକଳ୍ପ ନିର୍ଦ୍ଦେଶକ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ,ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ, ଗଞ୍ଜାମ ବ୍ଳକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନେଟଙ୍ଗା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ I
ପ୍ରକାଶ ଥାଉକି ସରପଞ୍ଚ ଶ୍ରୀ ଲେଙ୍କାଙ୍କ ପ୍ରଚେଷ୍ଟା ଏବଂ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ଦିଗରେ ଅଗ୍ରଣୀ ସ୍ଥାନ ଅଧିକାର କରିବା ସହ କୋଭିଡ ପରିଚାଳନା, ସ୍ଵଚ୍ଛତା, ମୋ ବଗିଚା ଆଦି କ୍ଷେତ୍ରରେ ଜିଲ୍ଳା ପ୍ରଶାସନ ନିକଟରେ ପ୍ରଶଂସା ଭାଜନ ହୋଇପାରିଥିଲା I ପଞ୍ଚାୟତର ଏହି ସଫଳତା ପରେ ନେଟଙ୍ଗା ପଞ୍ଚାୟତ ସମେତ ବେଲଗୁଣ୍ଠା ବ୍ଳକ୍ ରେ ଖୁସିର ଲହରୀ ଖେଳିଯିବା ସହ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କୋଷାଧ୍ୟକ୍ଷ ବିଭୁପାଦ ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ସେଠୀ ପ୍ରମୁଖ ସରପଞ୍ଚ ଶ୍ରୀ ଲେଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO