

Related Stories
June 26, 2025
ଗଞ୍ଜାମ, ଗାୟତ୍ରୀ ପରିବାରଙ୍କ ପକ୍ଷରୁ ଗାୟତ୍ରୀ ମନ୍ଦିର ପରିସରରେ ଆସନ୍ତା 18 ତାରିଖରେ ମହାକାଳେଶ୍ଵର ଓ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ପାଇଁ ଗତକାଲି ଶୁଭ ଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପରିବାର ପକ୍ଷରୁ ମନୋରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗାୟତ୍ରୀ ହୋମ, ପୂଜା ଓ ମନ୍ତ୍ର ପାଠ କରାଯାଇ ଶୁଭ ଖୁଣ୍ଟ ସ୍ଥାପନ ହୋଇଯାଇଛି । ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଶୋଇ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବଳୟ ଦେହୁରୀ, ଥାନା ଅଧିକାରୀ ପ୍ରଭାତ ସାହୁଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଏନଏସିର ପୂର୍ବତନ କାଉନସିଲର, ଭକ୍ତ, ଶୁଭେଚ୍ଛୁ ଯୋଗ ଦେଇଥିଲେ ।