ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚୋରା ମଦ କାରବାର ରୋକିବା ନେଇ ଚଢ଼ଉ ଜାରି ରହିଥିବା ବେଳେ ରବିବାର ଦିନ ଆସିକା ଥାନା ଇଲାକାରେ ଗଣ୍ଡପଲି, ପକାଳପଲ୍ଲୀ ଓ ତୁମ୍ଭଠେଙ୍ଗା ପଲ୍ଲୀ ଅଞ୍ଚଳରେ ବେଆଇନ ଭାବେ ଚୋରା ଦେଶି ମଦ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ପକ୍ଷରୁ ଚଢ଼ାଉ କରି ପାଞ୍ଚ ଜଣ ମଦ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇ ଶହ ଲିଟର ଦେଶି ମଦ ଜବତ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନବଘନ ଜେନା, ଏମ. ରାମୁ, ଡି. ଦେବରାଜ, ଅ. ଲଛନା ଓ ବି. ସନ୍ତୋଷ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।