
କେନ୍ଦ୍ରାପଡା-କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନ କୋର ଗାଁରେ ଜଣେ ମହିଳାକୁ ଗାଁ ଦାଣ୍ଡରେ ମାଡମାରିବା ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ଦିପ ମଡକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ସେହି ଗ୍ରାମର ଦଶରଥ ନାୟକ, ନିରଞ୍ଜନ ନାୟକ ଓ ମୁନ୍ନା ନାୟକ । ପ୍ରାଥମିକ ତଦନ୍ତ ଆଧାରରେ ଏହି ୩ଜଣଙ୍କୁ ଗିରଫ କରାଯାଇ ଥିବାବେଳେ ଭିଡିଓ ଫୁଟେଜ ଅନୁଧ୍ୟାନ କରି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅନ୍ୟ ଅଭିଯୁକ୍ତ ପୁରୁଷ ଓ ମହିୁଳା ମାନଙ୍କୁ ଗିରଫ କରାଯିବ ବୋଲି ଏସପି ମଡକର ସୂଚନା ଦେଇଛନ୍ତି । ପାରିବାରିକ ଗଣ୍ଡଗୋଳରୁ ମହିଳାଙ୍କୁ କିଛି ପୁରୁଷ ଓ ମହିଳା ଗାଁ ଦାଣ୍ଡରେ ଘୋଷରା ଓଟରା କରି ମାଡ ମାରିଥିଲେ । ପାଖ ପଡୋଶୀ ଉଭୟ ପରିବାର ଉପରେ ଗୋଟିଏ ଘରକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି । ଶୁକ୍ରବାର ଅପରାହ୍ନରେ ପୂର୍ବ ଘଟଣାକୁ ନେଇ ଉଭୟ ପରିବାର ଉପରେ ପାଟିତୁଣ୍ଡ ଆରମ୍ଭ ହୋଇ ତୀବ୍ର ରୂପ ଦାରଣ କରିଥିଲା । ଏଥିରେ ଉଭୟପକ୍ଷ ପୁରୁଷ ଓ ମହିଳାମାନେ ସଂପୃକ୍ତ ମହିଳାଙ୍କୁ ବାଉଁଶରେ ବାଡେଇ ବାଡେଇ ବିବସ୍ତ୍ରକରି ମାଡ ମାରିଥିବା ନେଇ ପିଡିତ ମହିଳାଙ୍କ ସଂପର୍ଖୀୟ ରାଧାକାନ୍ତ ରାଉତ ନିକିରାଇ ଥାନାରେ ଅଭିଯୋଗ କରିଥିଲେ । ରବି ନାରାୟଣ ପତି ।