
ଭୁବନେଶ୍ୱର, କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଜୟଦେବ ବିହାର ଛକରେ ଥିବା ଏକ ଘରୋଇ କୋଚିଂ ସେଂଟର ହାପି କା୍ଲସେସକୁ ସିଲ୍ କରିଛି ବିଏମସି । ଚଢାଉ ସମୟରେ କୋଭିଡ ନିୟମ ଅନୁସାରେ କୋଚିଂ ସେଂଟରରେ ଛାତ୍ରାଛାତ୍ରୀ ମାନେ ସାମାଜିକ ଦୂରତା ରଖି ନବସିବା, ସାନିଟାଇଜେସନ ବ୍ୟବସ୍ଥା ନଥିବା ସହ ଛାତ୍ରଛାତ୍ରୀ ମାସ୍କ ପିନ୍ଧିନଥିବାରୁ ଏହାକୁ ସିଲ କରିଛି ବିଏମସି । ସେହିପରି ଭୁବନେଶ୍ୱର ସିଲିକନ ଇନଷ୍ଟିଚ୍ୟୁଟ୍ କୁ ନୋଟିସ ଜାରି କରାଯାଇଛି । କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବିଏମସି କାରଣ ଦର୍ଶାଅ ନୋଟିସ ଜାରି କରିଛି ।ଅପରପକ୍ଷରେ ବିଏମସି ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଚଢ଼ାଉ ଜାରି ରହିବ । ବିଏମସିର ୩ଟି ଯାକ ଜୋନରେ ଚଢ଼ାଉ ହେବ ବୋଲି ସୂଚନା ମିଳିଛି ।