

ଦୁମୁଦୁମି ଠାରୁ କୋଳଥି ଗାଁ, ବୁରୁକୁଦୀ ଭାୟା ଖୋଜୁରିଆ ଦେଇ ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାକୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ୍ କରିବା ନିମନ୍ତେ ଦାବୀ ଉପସ୍ଥାପନ କରାଯାଇଥିଲା । ବ୍ରହ୍ମପୁର ଠାରୁ ଶୈବ ପୀଠ ଧବଳେଶ୍ଵରକୁ ସିଟି ବସ୍ ଚଳାଚଳ ପାଇଁ ଦାବି ହୋଇଛି । ମତ୍ସ୍ୟଜିବୀ ମାନଙ୍କର ମୂଖ୍ୟ ସମସ୍ୟା ମାର୍କଣ୍ଡି ମୁହାଣ ସବୁ ଦିନିଆ ଖୋଲା ରଖିବା ନିମନ୍ତେ ଦାବୀ ଉପସ୍ଥାପନା କରାଯାଇଥିଲା । ବିଶ୍ବ ପ୍ରସିଦ୍ଧ କିଆଫୁଲ ବ୍ୟବସାୟୀଙ୍କ ସୁବିଧା ପାଇଁ କ୍ଳଷ୍ଟର ବ୍ୟବସ୍ଥା ଅନୁସାରେ ଜି.ଆଇ. ମାନ୍ୟତା ପ୍ରଦାନ କରିବା ନିମନ୍ତେ ଦାବୀ ଉପସ୍ଥାପନା କରାଯାଇଥିଲା । କେଲୁଆ ପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଶେଷଜ୍ଞ ଡ଼ାକ୍ତର ଯୋଗାଇବା ସହିତ ଅସ୍ତ୍ରୋପ୍ରଚାର ନିମନ୍ତେ ବ୍ୟବସ୍ଥା କରାଇବା ନିମନ୍ତେ ଦାବି ଉପସ୍ଥାପନା କରାଯାଇଥିଲା । ସେହିପରି କିଆ ଫୁଲ ସମିତି ଉଚ୍ଚ ବିଦ୍ୟାଳୟ ପରିସରରେ ବାଳିକା ବିଦ୍ୟାଳୟ ସ୍ଥାପନ ସହିତ ଦ୍ଵାଦଶ ଶ୍ରେଣୀ ପାଠ୍ୟକ୍ରମର ବ୍ୟବସ୍ଥା କରାଯିବା ନିମନ୍ତେ ଦାବି ଉପସ୍ଥାପନ କରାଯାଇଥିଲା । ଉପରୋକ୍ତ ସମସ୍ତ ବିଷୟକୁ ଗମ୍ଭୀରତାର ସହିତ ବିଚାରକୁ ନେଇ କାର୍ଯ୍ୟକାରୀ କରାଇବା ନିମନ୍ତେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକାରିଣୀ ଦାବି କରିଛି । ଏହି କାର୍ଯ୍ୟକାରିଣୀରେ ମଣ୍ଡଳ ପ୍ରଭାରୀ ରଜତ କୁମାର୍ ପଣ୍ତିତ, ଜିଲ୍ଲା ସାଧାରଣ ସଂପାଦକ ଗଙ୍ଗାଧର ଶତପଥି, ଜିଲ୍ଲା ଉପସଭାପତି ବିନୋଦ ଚନ୍ଦ୍ର ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶୁଶାନ୍ତ ନାୟକ, ମତ୍ସ୍ୟଜିବୀ ନେତା ଏସ୍. ରାଜା ରାଓ, ମଣ୍ଡଳ ସଧାରଣ ସମ୍ପାଦକ ଯୁଧିଷ୍ଠିର ନାୟକ, ହୃଷିକେଶ ବେହେରା, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଜଗମୋହନ ପାତ୍ର, ସୁରଜ୍ କୁମାର୍ ପାତ୍ର, ସଲିପ୍ ପାତ୍ର, ମଣ୍ଡଳ ଉପସଭାପତି ଶାନ୍ତି ସ୍ୱରୂପ, ଶିବରାମ ରାଉଳ, ବଦ୍ରିନାଥ ନାୟକ, ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳୀ ସାମନ୍ତ, ଏମ୍. ଭାରତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକାରିଣୀକୁ ସଫଳ କରିଥିଲେ ।