
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଓଡିଶା ପ୍ରଦେଶ କଂଗ୍ରେସ ର ଅନୁମୋଦନ କ୍ରମେ ଆସନ୍ତା ଏପ୍ରିଲ ୪ତାରିଖ ୨୦୨୧ ଦିନ ସନ୍ଧ୍ୟା ଘ. ୬.୩୦ ମିନିଟ ଠାରୁ ସନ୍ଧ୍ୟା ୭ ଘଣ୍ଟିକା ପଯ୍ୟନ୍ତ (ପ୍ରାୟ ୩୦ମିନଟ) ରାଜ୍ୟବାସୀ ନିଜ ଘର ର ସମସ୍ତ ଲାଇଟ ଓ ବୈଦ୍ୟୁତିକ ବନ୍ଦ ରଖିବା ପାଇଁ ନିବେଦନ କରାଯାଇଛି କାରଣ କୋଭିଡ ମହାମାରୀ ଯୋଙ୍ଗୁ ରାଜ୍ୟବାସୀ ଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବଂ ଏହି ସମସ୍ୟା ରୁ ଜନସାଧାରଣ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କର ବିଦ୍ୟୁତ ଦରବୃଦ୍ଧି ଅତ୍ୟନ୍ତ ଅପରିଣାମଦର୍ଶିତା ଓ ଉପଭୋକ୍ତା ଙ୍କ ଉପରେ ଏକ ବୋଝ ସଦୃଶ୍ୟ ହୋଇଛି | ଏହି ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ପୁରୀ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ ଏହି ସମ୍ପର୍କ ରେ ପୁରୀ ସହର ର ଜନସାଧାରଣ ଙ୍କୁ ଏପ୍ରିଲ ୪ତାରିଖ ଦିନ ସନ୍ଧ୍ୟା ରେ ବିଦ୍ୟୁତ ବନ୍ଦ ରଖିବାକୁ ନିବେଦନ କରିବା ସହ ଏହାକୁ ପୁରୀ ଜ଼ିଲ୍ଲା କଂଗ୍ରେସ ର ସଭାପତି ଅଜିତ ମଙ୍ଗରାଜ ଓ ଅନ୍ୟ ନେତୃବୁନ୍ଦ ତଥା ବିନାୟକ ଦାସମହାପାତ୍ର, ପୁସ୍କର ମିଶ୍ର, ରାଜେଶ ମିଶ୍ର, ବୀରେନ୍ଦ୍ର ହୋତା, ଗୋପାଳ ଖୁଣ୍ଟିଆ ଙ୍କ ସହ ପୁରୀ ଜ଼ିଲ୍ଲା କଂଗ୍ରେସ ର ସମସ୍ତ ଅଗ୍ରଣୀ ଅନୁଷ୍ଠାନ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳ, ଲିଗାଲ ସେଲ, କୃଷକ ସେଲ ଓ ସଦର ବ୍ଲକ କଂଗ୍ରେସ ତରଫରୁ ଏହାକୁ ସ୍ୱାଗତ କରାଯାଇ ସମର୍ଥନ ଜଣାଯାଇଛି | ପୁରୀ ନଗର ସଭାପତି ଛବିନ୍ଦ୍ର ପଢ଼ିଆରୀ ଏହି ସୂଚନା ପ୍ରଦାନ କରିଛନ୍ତି |