
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା ଶ୍ରୀ ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏକ ଟ୍ଵିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବିଭିନ୍ନ ପିଢ଼ିରେ ସମାନ ଭାବେ ଲୋକପ୍ରିୟ, ଏପରି ଜଣେ ବ୍ୟକ୍ତିତ୍ଵ, ଯାହାଙ୍କ ତୁଳନୀୟ କାର୍ଯ୍ୟ ଖୁବ କମ ସଂଖ୍ୟକ ଲୋକ କରିପାରିବେ, ବିବିଧ ଭୂମିକା ଏବଂ ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ… ସେ ହେଉଛନ୍ତି ଶ୍ରୀ ରଜନୀକାନ୍ତ ଜୀ ।ଏହା ଅତି ଖୁସିର କଥା ଯେ, ଥାଲାଇଭାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ଅଭିନନ୍ଦନ।”