କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତଥା କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଂହଗାଁ ଗ୍ରାମ ପଂଚାୟତ ପାଣି ସାଉଁଳିଆ ଗ୍ରାମର ଅଧିବାସୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଦାବୀ ମୁତାବକ ଏହି ଗ୍ରାମରେ ଦଳିତ ସଂପ୍ରଦାୟର ବହୁ ପରିବାର ବାସ କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଦିନମଜୁରିଆ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥିବାରୁ ଚାଳଛପର ଓ ଭଙ୍ଗାକୁଡିଆ ଘରେ ବାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବହୁବାର ତଦନ୍ତ କରାଯାଇଥିଲେ ମଧ୍ୟ ସେମାନଙ୍କ ନାମ ସାମିଲ୍ କରାଯାଇନାହିଁ । ତେଣୁ ଏହି ଯୋଜନାରେ ସାମିଲ୍ କରି ଏ ଦଳିତ ପରିବାର ମାନଙ୍କୁ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଯୋଗାଇ ଦେବାକୁ ଭୁବନ ମଳିକ, ତ୍ରିଲୋଚନ ମଳିକ, ଧିରେନ୍ ମଲ୍ଲିକ, ମୁତୃଞ୍ଜୟ ମଲ୍ଲିକ, ମଳୟ ମଲ୍ଲିକ ପ୍ରମୁଖ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
Related Stories
November 24, 2024
November 24, 2024