
ପୁରୀ : ଗଜପତିଙ୍କ ସହ ଆଲୋଚନା ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ ପ୍ରସଙ୍ଗରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଆମିକସ୍କ୍ୟୁରି ରଞ୍ଜିତ କୁମାର କ୍ଲିନଚିଟ୍ ଦେଇଛନ୍ତି। ସମସ୍ତଙ୍କ ସହମତିରେ ଉଚ୍ଛେଦ ହେଉଛି ଏବଂ ଏହାଦ୍ୱାରା ସ୍ଥାନୀୟ ବାସିନ୍ଦା, ସେବାୟତ ସମସ୍ତଙ୍କର ମଙ୍ଗଳ ହେବ। ଶ୍ରୀକ୍ଷେତ୍ରକୁ ଆହୁରି ଅଧିକ ସଂଖ୍ୟକ ଭକ୍ତଙ୍କର ଆଗମନ ହେବ ବୋଲି ଆମିକସ୍କ୍ୟୁରି ଗଣମାଧ୍ୟମକୁ କହିଛନ୍ତି। କାହାକୁ ଜୋରଜବରଦସ୍ତ ଉଚ୍ଛେଦ କରାଯାଉନି। ତେଣୁ ଉଚ୍ଛେଦ ଅଭିଯାନ ରୋକାଯିବା ଉଚିତ୍ ନୁହେଁ ଏବଂ ଏଥିରେ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଆମିକସ୍କ୍ୟୁରି। ପ୍ରଥମେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା, ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରି ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିଲେ ଆମିକସ୍କ୍ୟୁରି।